ଚନ୍ଦାହାଣ୍ଡି ରେ ଷଷ୍ଠତମ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ

ଚନ୍ଦାହାଣ୍ଡି ତା 04.09( ପୀତାମ୍ବର ସୋରୀ) ବହୁ ଦିନ ପରେ ଆଜି ଚନ୍ଦାହାଣ୍ଡି ବ୍ଲକ୍ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଷଷ୍ଠତମ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି l ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁମିତ୍ରା ପୂଜାରୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସାଂସଦ ପ୍ରତିନିଧି ରୂପେ ବରିଷ୍ଠ ବିଜେପି ନେତା ଦିଲୀପ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ସମାନିତ ଅତିଥି ରୂପେ ବିଧାୟକ ପ୍ରତିନିଧି ପ୍ରତାପ ବାଗ, ଜିଲ୍ଲା ପରିଷଦ ସଭ୍ୟା -1 ବର୍ଷାରାଣୀ ପଟେଲ, , ଜିଲ୍ଲା ପରିଷଦ ସଭ୍ୟା କେତକୀ ମଲ୍ଲୀ ଗୌଡ଼ ଉପାଧ୍ୟକ୍ଷ ବାସୁଦେବ ଗୌଡ଼ ପ୍ରମୁଖ ଆସନ ଅଳଙ୍କୃତ କରିଥିଲେ l ବୈଠକ ପ୍ରାରମ୍ଭ ପୂର୍ବରୁ ଗ୍ରାମପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଗତ ମାସର ମାସିକ ବୈଠକର ବିବରଣୀ ପାଠ କରି ଶୁଣାଇ ପାରିବ ଆଲୋଚନା କରିଥିଲେ l ଆଲୋଚନା କ୍ରମେ ବିଭିନ୍ନ ବିଭାଗର ଅଧିକାରୀମାନେ ନିଜ ନିଜ ବିଭାଗର ସମ୍ପାଦିତ କାର୍ଯ୍ୟ ସମୂହର ବିବରଣୀ ମାନ ବୈଠକରେ ଉପସ୍ଥାପନ କରିଥିଲେ l ତେବେ ଅଞ୍ଚଳର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରି ସମିତି ସଭ୍ଯ ସନ୍ତୋଷ ପଟ୍ଟନାୟକ, ଜିଲ୍ଲା ପରିଷଦ ସଭ୍ୟା ବର୍ଷାରାଣୀ ପଟେଲ , ସମିତି ସଭ୍ଯ ଟେକରାମ ମାଝୀ , ସଭ୍ୟା ଗୌରୀ ନାଗ, ପୂର୍ଣ୍ଣଚନ୍ଦ୍ର ସୋରୀ ପ୍ରମୁଖ ବୈଠକରେ ଅଧିକାରୀ ମାନଙ୍କୁ ଉନ୍ନୟନ ମୂଳକ କାର୍ଯ୍ୟକ୍ରମର ପ୍ରଗତି ସମ୍ବନ୍ଧରେ ପ୍ରଶ୍ନ କରିଥିଲେ l ଆଜି ସମିତି ବୈଠକ ରେ ଅଧିକାରୀ ମାନେ ବିଭାଗ ପକ୍ଷରୁ ସମ୍ପାଦିତ କାର୍ଯ୍ୟ ସମ୍ଵନ୍ଧରେ ସଠିକ୍ ଭାବେ ଉତ୍ତର ଦେଇନଥିବା ବେଳେ ବିଶେଷକରି ବିଦ୍ୟୁତ୍ ବିଭାଗର ଅଧିକାରୀମାନେ ଗାଁ ଗାଁ ସ୍ମାର୍ଟ ମିଟର ଲଗାଇବା ନେଇ ବିରୋଧ କରିଥିଲେ l ଏପରିକି ଜାମଲିପଡ଼ା ରେ ବିଜୁଳି ଯୋଗାଣ ରେ ବିଳମ୍ବ ନେଇ ଉଦବେଗ ପ୍ରକାଶ କରିଥିଲେ l

ତେବେ ବିଭାଗୀୟ ଅଧିକାରୀ ଖୁବ୍ ଶୀଘ୍ର ଠିକା ସଂସ୍ଥା କୁ କାର୍ଯ୍ୟ ସମାପନ ର ସାର୍ଟିଫିକେଟ୍ ପ୍ରଦାନ କଲା ପରେ ହିଁ ବିଦ୍ୟୁତ ସଂଯୋଗ ଦିଆଯିବ ବୋଲି ନିଜର ପ୍ରତିକ୍ରିୟା ଦେଇଥିଲେ l ସେହିଭଳି ଅନକାବେଡା ଉପସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ନଥିବା ନେଇ ସମିତି ସଭ୍ୟା ଗୌରୀ ନାଗ ଅଭିଯୋଗ ଉଠାଇଥିବା ବେଳେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର କର୍ମଚାରୀ ଏହାକୁ ଖଣ୍ଡନ କରି ଡାକ୍ତର୍ ରହିଥିବା ନେଇ ବୈଠକରେ ନିଜର ଉତ୍ତର ରଖିଥିଲେ l ତେବେ ଦୀର୍ଘ ଦେଢ଼ ବର୍ଷ ପରେ ଆଜି ଏକ ଶାନ୍ତିପୂର୍ଣ୍ଣ ଭାବେ ବୈଠକ ଅନୁଷ୍ଠିତ ହୋଇଥିବା ଯୋଗୁଁ ସମିତି ବୈଠକରେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିବା ସମସ୍ତ ଜନପ୍ରତିନିଧି ମାନଙ୍କୁ ବିଡିଓ ରାମକୃଷ୍ଣ ନାୟକ ଧନ୍ୟବାଦ ଅର୍ପଣ କରି ସଭାସାଙ୍ଗ କରିଥିଲେ l ତେବେ ଆଜି ସମିତି ବୈଠକ ଦୀର୍ଘ ଅନେକ ଦିନରୁ ଅନୁଷ୍ଠିତ ହୋଇଥିବା ବେଳେ ସମସ୍ତ ଜନପ୍ରତିନିଧି ଓ ବିଭାଗୀୟ ଅଧିକାରୀମାନେ ସମ୍ମିଳନୀ କକ୍ଷର ଚଟାଣ ରେ ବସି ସଭା କାର୍ଯ୍ୟ ରେ ଭାଗ ନେଇଥିବା ଦେଖିବାକୁ ମିଳିଥିଲା