ଜନମଙ୍ଗଳ ସମିତି ବୈଠକ

ଗଣିଆ, (ବିଶ୍ୱରଂଜନ ସେଠି) ଗଣିଆ ବ୍ଳକ ଅନ୍ତର୍ଗତ ବେଲପଡ଼ାପାଟଣା ସ୍ଥିତ ଶ୍ରୀ ଶ୍ରୀ ଦଧିବାମନ ଜୀଉ ମନ୍ଦିର ପରିସରର ପ୍ରାର୍ଥନା ଗୃହରେ ନୂତନଭାବେ ଗଢାଯାଇଥିବା ବେଲପଡ଼ା ପାଟଣା ପଂଚାୟତ ଜନ ମଙ୍ଗଳ ସମିତି ଅନୁଷ୍ଠାନର ୨ୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ବାଙ୍କ ବିହାରୀ ରାଉତଙ୍କ ସଭାପତିତ୍ୱରେ ଉପସଭାପତି ପାଣ୍ଡବ ରଣା, ସଂମ୍ପାଦକ ସତ୍ୟ ସ୍ୱରୂପ ପଟନାୟକ, ସହ ସମ୍ପାଦକ ମହେନ୍ଦ୍ର କୁମାର ରଣା, କୋଷାଧ୍ୟକ୍ଷ ଆରୁଣ କୁମାର ପ୍ରଧାନ, ସହ କୋଷାଧ୍ୟକ୍ଷ ଗୋକୁଳ ଜେନା ଓ ସମୀକ୍ଷକ ଶରତ କୁମାର ସାହୁ ଓ ଭୁବନେଶ୍ୱର ବାଘଙ୍କ ସମେତ ଗ୍ରମ ପଂଚାୟତ ବିଭିନ୍ନ ଗ୍ରାମରୁ ନିର୍ବାଚିତ ପରିଚାଳନା କମିଟି ସଭ୍ୟଙ୍କ ଉପସ୍ଥିତିରେ କେତେକ ଜନ ହିତକର ପ୍ରସ୍ତାବ ଗୃହୀତ କରାଯାଇଥିଲା । ଆସନ୍ତା ୦୩.୦୮.୨୦୨୫ରିଖ ରବିବାରଦିନ ବେଲପଡ଼ା ପଂଚାୟତର ଦଶିପୁର ଓ ତଇଳା ଗ୍ରାମରେ ପରିମଳ ଓ ସ୍ୱାସ୍ଥ୍ୟ ବ୍ୟବସ୍ଥା ଅନୁଧ୍ୟାନ ଓ ପଦକ୍ଷେପ ପାଇଁ ନିଷ୍ପତି ନିଆଗଲା । ଗ୍ରାମ ପଂଚାୟତ ଜନ ମଙ୍ଗଳ ସମିତିର ଏଭଳି ଅଭିନବ ପ୍ରୟାସକୁ ପଂଚାୟତ ବାସୀ ପ୍ରଶଂସା କରିଛନ୍ତି