ଜଲି ଏଲଏଲବି-୩କୁ ବମ୍ବେ ହାଇକୋର୍ଟଙ୍କ କ୍ଲିନ୍ ଚିଟ୍
ବମ୍ବେ ହାଇକୋର୍ଟ ଅକ୍ଷୟ କୁମାର ଏବଂ ଅରଶଦ ୱାରସୀଙ୍କ ଚଳଚ୍ଚିତ୍ର ଜଲି ଏଲଏଲବି ୩ ଉପରେ ପ୍ରତିବନ୍ଧକ ଲଗାଇବା ନେଇ ଏକ ଆବେଦନକୁ ଖାରଜ କରିଦେଇଛନ୍ତି । କୋର୍ଟ ସ୍ପଷ୍ଟ ଭାବରେ କହିଛନ୍ତି ଯେ, ନ୍ୟାୟପାଳିକା ଉପହାସକୁ ନେଇ ଚିନ୍ତିତ ନୁହେଁ। ଆବେଦନରେ ଅଭିଯୋଗ କରାଯାଇଥିଲା ଯେ, ଏହି ଫିଲ୍ମ ନ୍ୟାୟପାଳିକାକୁ ଉପହାସ କରିଛି, କିନ୍ତୁ କୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ଆମକୁ ଉପହାସ କରାଯାଉଛି ଏବଂ ଏପରି ମନ୍ତବ୍ୟ ଆମ ଉପରେ କୌଣସି ଫରକ ପକାଏ ନାହିଁ।
ଆଇନଜୀବୀ ଚନ୍ଦ୍ରକାନ୍ତ ଗାୟକୱାଡଙ୍କ ପ୍ରତିନିଧିତ୍ୱରେ ଆସୋସିଏସନ୍ ଫର ଏଡିଂ ଜଷ୍ଟିସ୍ ଦ୍ୱାରା ଏହି ଆବେଦନ ଦାଖଲ କରାଯାଇଥିଲା। ଆବେଦନରେ ଫିଲ୍ମର ମୁକ୍ତିଲାଭ ଉପରେ ସ୍ଥଗିତାଦେଶ ଏବଂ “ଭାଇ ୱକୀଲ ହୈ” ଗୀତକୁ ହଟାଇବା ପାଇଁ ଦାବି କରାଯାଇଥିଲା। ଆବେଦନକାରୀଙ୍କ ଓକିଲ ଦୀପେଶ ସିରୋୟା ଯୁକ୍ତି ଦେଇଥିଲେ ଯେ, ଗୀତ ଏବଂ ଫିଲ୍ମ ଓକିଲ ଓ ବିଚାରପତିମାନଙ୍କୁ ଉପହାସ କରିଛି । ଗୋଟିଏ ଦୃଶ୍ୟରେ ବିଚାରପତିମାନଙ୍କୁ ‘ମାମୁ’ ବୋଲି ଉଲ୍ଲେଖ କରାଯାଇଛି । ଏହା ନ୍ୟାୟପାଳିକା ପ୍ରତି ଅପମାନ। ବିଚାରପତି ଚନ୍ଦ୍ରଶେଖର ଏବଂ ବିଚାରପତି ଗୌତମ ଆଙ୍ଖରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଛନ୍ତି ।