ନୂଆପଡ଼ା ଉପ ନିର୍ବାଚନର ବିଜୟ ଉଲାସ ପାଳିଲେ ଗଣିଆ ମଣ୍ଡଳ ବିଜେପି


ଗଣିଆ,( ବିଶ୍ଵରଞ୍ଜନ ସେଠି) ନୂଆପଡ଼ା ଉପନିର୍ବାଚନ ପାଇଁ ହୋଇଥିବା ମତଦାନର ମତ ଗଣନା ଶେଷ ହୋଇଛି । ବିଜେଡି ଓ କଂଗ୍ରେସକୁ ପଛରେ ପକାଇ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ୮୩୭୪୮ ଭୋଟରେ ବିଜୟ ହୋଇଛନ୍ତି । ନିକଟତମ କଂଗ୍ରେସ ପ୍ରାର୍ଥୀ ଘାଶିରାମ ମାଝୀଙ୍କୁ ୪୦୧୨୧ ଖଣ୍ଡ ଭୋଟ ମିଳିଛି । ବିଜେପିର ବିପୁଳ ବିଜୟକୁ ନେଇ ସାରା ଓଡ଼ିଶା ବିଜୟ ଉତ୍ସବ ପାଳନ କରୁଥିବାବେଳେ ବିଣିଆ ବିଜେପି ମଣ୍ଡଳ ମଧ୍ୟ ବିଜୟ ଉତ୍ସବ ପାଳନ କରିଛି । ଗଣିଆ ମଣ୍ଡଳ ସଭାପତି ମହାବୀର ପ୍ରସାଦ ମିଶ୍ରଙ୍କ ନେତୃତ୍ୱରେ ବରିଷ୍ଠ ବିଜେପି ନେତା ବିଭୁତି ଭୁଷଣ ପଣ୍ଡା , ନୟାଗଡ଼ ଜିଲା ବିଜେପି ଉପସଭାପତି ଚନ୍ଦ୍ରଶେଖର ଦାଶ, ଗଣିଆ ମଣ୍ଡଳ ଉପସଭାପତି ବାଉରୀବନ୍ଧୁ ରାଉତ, ଭାଗିରଥି ଗଡ଼ନାୟକ, ରଂଜୁଲତା ପଣ୍ଡା, ଗଣିଆ ସରପଂଚ ଗିରିଧାରୀ ସେଠୀ, ବେଲପଡ଼ା ସରପଂଚ ସୁକାନ୍ତ ଗଣ୍ଠିଆ, କରଡ଼ାପଡ଼ା ସରପଂଚଙ୍କ ପ୍ରତିନିଧି ସମୀର କୁମାର ସାହୁ, ଛାମୁଣ୍ଡିଆ ସରପଂଚଙ୍କ ପ୍ରତିନିଧି ଚିତରଂଜନ ସାମଲ, ବିଜେପି କର୍ମୀ ଶୁଭ୍ରଜିତ ପଣ୍ଡା, ଶରତ ବାରିକ, ହରିହର ଅମାୟନ୍ତ, ସମେତ ବହୁ ବିଜେପି କର୍ମୀ ବିଜୟ ଉତ୍ସବରେ ସମିଲ ଥିଲେ ।