ପଞ୍ଚାୟତ ସ୍ତରୀୟ ଶିଶୁସୁରକ୍ଷା ବୈଠକ

ଓଡାପଡା 10/06/2026 ଢେଙ୍କାନାଳ ଜିଲ୍ଳାରେ ବାଲ୍ୟ ବିବାହ ନିରାକରଣ ଓ ଶିଶୁ ଅଧିକାର ଉଲଂଘନ ଉପରେ ସଚେତନତା ସକାଶେ ଓଡ଼ାପଡ଼ା ବ୍ଲକର ଓଡାପଡା ପଞ୍ଚାୟତ କାର୍ଯ୍ୟାଳୟ ଠାରେ ବିଶ୍ୱ ଯୁବକେନ୍ଦ୍ର ଦ୍ଵାରା ପରିଚାଳିତ ପ୍ରକଳ୍ପ ଆକ୍ସେସ ଟୁ ଜଷ୍ଟିସ ଫର ଚିଲଡ୍ରେନ୍ସ ସହଯୋଗରେ ପଞ୍ଚାୟତ ସ୍ତରୀୟ ଶିଶୁ ସୁରକ୍ଷା ସମିତିର ବୈଠକଅନୁଷ୍ଠିତ ହୋଇଥିଲା ସରପଞ୍ଚ ସୁଭଦ୍ରା ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି | ବୈଠକରେମୁଖ୍ୟ ଅତିଥି କାର୍ଯ୍ୟ ନିର୍ବାହୀ ଅଧିକାରୀ ବା ସି ଏମ ପିଇଓ ବିଦୁର କୁମାର ମାଝୀ ଏ ଡି ଇ ଓ ଲଷ୍ମୀପ୍ରିୟା ପାଲ ନାଏବ ,,ୱାର୍ଡ ମେମ୍ବର,ଆଶା,Shg,GPLF ଯୋଗ ଦେଇଥିଲେ |ମନସ୍ମିତା ନାୟକ ସମସ୍ତ ଙ୍କୁ ସ୍ୱାଗତ ଜଣାଇ କାର୍ଯ୍ୟକ୍ରମର ଉଦେଶ୍ୟ ବିଷୟରେ ଆଲୋଚନା କରିଥିଲେ ବାଲ୍ୟବିବାହ ନିଷେଧ ଆଇନ ୨୦୦୬ ବିଷୟରେ ସଚେତନତା, ବାଲ୍ୟବିବାହ ଯୋଗୁଁ ଝିଅ ଉପରେ ପଡ଼ୁଥିବା ଶାରୀରିକ, ପାରିବାରିକ, ମାନସିକ ତଥା ଆର୍ଥିକ ଚାପ, ଶିକ୍ଷା ତଥା ଆତ୍ମନିର୍ଭରଶୀଳତା ଅଭାବ, ସାମାଜିକ କୁପରିଣାମ, ବାଲ୍ୟବିବାହ କ୍ଷେତ୍ରରେ ଆୟୋଜନକାରି, ଯୋଗଦେଇଥିବା ଅତିଥି, ତଥା ବିଭିନ୍ନ ସହଯୋଗୀଙ୍କୁ ଦଣ୍ଡବିଧାନ ତଥା ନିରାକରଣ ଉପରେ ଆଲୋଚନା ହୋଇଥିଲା | ଏହାବ୍ୟତୀତ ବୈଠକରେ ଶିଶୁ ଶ୍ରମିକ, ଶିଶୁ ଚାଲାଣ ଓ ଶିଶୁମାନଙ୍କ ଉପରେ ହେଉଥିବା ଯୌନ ନିର୍ଯ୍ୟାତନା ଆଇନ ପୋକ୍ସୋ ଉପରେ ଆଲୋଚନା ହୋଇ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ନିଷ୍ପତ୍ତି ନିଆଯାଇଥିଲା | ଏହି ଅବସରରେ କୌଣସି ଶିଶୁ ଅଧିକର ଉଲ୍ଲଙ୍ଘନ ଦେଖିଲେ ଚାଇଲ୍ଡ ହେଲ୍ପ ଲାଇନର ଦେୟମୁକ୍ତ ନମ୍ବର ୧୦୯୮କୁ ଫୋନ୍ କରି ଜଣାଇବାକୁ ପରାମର୍ଶ ଦିଅଯାଇଥିଲା ପ୍ରଧାନ ମନ୍ତ୍ରୀ କନ୍ୟା ବିବାହ ଯୋଜନା ବିଷୟରେ ଆଲୋଚନା କରାଗଲା ବିଦୁର କୁମାର ମାଝୀ ପଞ୍ଚାୟତରେ ବାଲ୍ୟ ବିବାହକୁ ଅନୁଧ୍ୟାନ କରିବାକୁ ପାଇଁ ଏକ ବିବାହ ରେଜିଷ୍ଟର କାର୍ଯ୍ୟକାରୀ କରିବା ନିମନ୍ତେ ସହଯୋଗ ପାଇଁ ଆହ୍ୱାନ ଦେଇଥିଲେଏବଂପଂଚାୟତ ରେ ବାଲ୍ୟ ବିବାହ କିପରି ମୁକ୍ତ କରାଯିବ ଏ ଥିପ୍ରତି ପଂଚାୟତ ର ସମସ୍ତ ସଦସ୍ୟ ଦାୟିତ୍ୱ ସହକାରେ ସଚେତନ ଅବଲମ୍ବନ କଲେ ସମସ୍ତେ ସୁରକ୍ଷିତ ହେଇପାରିବା ବୋଲି ଆହ୍ୱାନ ଦେଇଥିଲେ |ଲଷ୍ମୀପ୍ରିୟା ପାଲ ସମସ୍ତ ଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରାଗଲା