ପରଲୋକରେ ଲୋକପ୍ରିୟ ଗାୟକ ଜୁବିନ୍ ଗର୍ଗ
ବଲିଉଡରେ ଚର୍ଚ୍ଚିତ ସିଙ୍ଗରଙ୍କ ମଧ୍ୟରୁ ସିଙ୍ଗର ଜୁବିନ୍ ଗର୍ଗ ଜଣେ । ସେ ୫୨ ବର୍ଷ ବୟସରେ ଦୁନିଆକୁ ବିଦାୟ ଦେଇଛନ୍ତି । ସିଙ୍ଗାପୁରରେ ସ୍କୁବା ଡାଇଭିଂ କରୁଥିବା ସମୟରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ତାଙ୍କ ବିୟୋଗରେ ଫ୍ୟାନ୍ସଙ୍କୁ ମର୍ମାହତ କରିଦେଇଛି । ରିପୋର୍ଟ ଅନୁସାରେ, ଦୁର୍ଘଟଣା ପରେ ସିଙ୍ଗାପୁର ପୁଲିସ ତାଙ୍କୁ ସମୁଦ୍ରରୁ ଉଦ୍ଧାର କରି ନିକଟସ୍ଥ ଏକ ହସ୍ପିଟାଲକୁ ନେଇଯାଇଥିଲା। ତାଙ୍କୁ ଚିକିତ୍ସାରେ ରଖାଯାଇଥିଲେ ମଧ୍ୟ, ଡାକ୍ତରମାନେ ବଞ୍ଚାଇ ପାରିଲେ ନାହିଁ। ହସ୍ପିଟାଲ୍ରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି।
ଜୁବିନ ଉତ୍ତର-ପୂର୍ବ ମହୋତ୍ସବରେ ଯୋଗଦେବା ପାଇଁ ସିଙ୍ଗାପୁରରେ ଥିଲେ। ଯେଉଁଠାରେ ତାଙ୍କର ସେପ୍ଟେମ୍ବର ୨୦ ତାରିଖରେ ପ୍ରଦର୍ଶନ କରିବାର କାର୍ଯ୍ୟକ୍ରମ ଥିଲା। ଯଦି ସିଙ୍ଗରଙ୍କ କ୍ୟାରିୟର କଥା କୁହାଯାଏ ତେବେ ସେ ମେଘାଳୟରେ ଜନ୍ମ ହୋଇଥିଲେ । ସେ ୨୦୦୬ରେ ’’ଗ୍ୟାଙ୍ଗଷ୍ଟାର’’ ଫିଲ୍ମର ’’ୟା ଅଲି’’ ଗୀତ ଗାଇଥିଲେ । ଯାହା ପରେ ତାଙ୍କୁ ପ୍ରସିଦ୍ଧ କରିଥିଲା । ଏହା ଛଡ଼ା ଆଗାମୀ ବର୍ଷଗୁଡିକରେ ତାଙ୍କର ଅନେକ ଗୀତ ହିଟ୍ ହୋଇଥିଲା । ଏତିକି ନୁହେଁ ବରଂ ସେ ଆସାମୀ, ବଙ୍ଗଳାରେ ମଧ୍ୟ ଗୀତ ଗାଇ ଖୁବ୍ ଲୋକପ୍ରିୟତା ହାସଲ କରିବାରେ ସଫଳ ହୋଇପାରିଥିଲେ ।