ପାଟନା ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ, ଚର୍ଚ୍ଚିତ ଶିକ୍ଷକ Khan Sirଙ୍କ ବିରୋଧରେ ମାମଲା ରୁଜୁ

 ବଢିଲା ଖାନ୍ ସାରଙ୍କ ଅଢୁଆ । ଖାନ ସାରଙ୍କ ବିରୋଧରେ କଦମକୁଆନ ପୋଲିସ ଷ୍ଟେସନରେ ହତ୍ୟା ଉଦ୍ୟମ ଏବଂ ଅସ୍ତ୍ରଶସ୍ତ୍ର ଆଇନ ଉଲ୍ଲଙ୍ଘନ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି । ଦୁଇଦିନ ପୂର୍ବେ ପାଟନାରେ କୋଚିଂ ସେଣ୍ଟର ବାହାରେ ହୋଇଥିବା ପଥରମାଡ଼, ଗୁଳିକାଣ୍ଡ ଘଟଣା ପରେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।ଫୈଜଲ ଖାନ ଓରଫ ଖାନ ସାରଙ୍କ ବିରୋଧରେ କଦମକୁଆନ ପୋଲିସ ଷ୍ଟେସନରେ ହତ୍ୟା ଉଦ୍ୟମ ଏବଂ ଅସ୍ତ୍ରଶସ୍ତ୍ର ଆଇନ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି।ପାଟନାରେ ଥିବା ଖାନ୍ ସାରଙ୍କ କୋଚିଂ ସଂସ୍ଥାନ ‘ଜିଏସ୍ ଗ୍ଲୋବାଲ୍ ଷ୍ଟଡିଜ୍’ (GS Global Studies) ବାହାରେ କିଛି ଦିନ ପୂର୍ବରୁ ପ୍ରବଳ ହଙ୍ଗାମା ଏବଂ ପଥର ମାଡ଼ ହୋଇଥିଲା। ମଙ୍ଗଳବାର ରାତିରେ ପ୍ରାୟ ୧୫ ରୁ ୨୦ ଜଣ ଦୁର୍ବୃତ୍ତ ଖାନ୍ ସାର୍ଙ୍କ କୋଚିଂ ସେଣ୍ଟର ପରିସରରେ ପଶି ଭଙ୍ଗାରୁଜା କରିବା ସହ ପଥର ମାଡ଼ କରିଥିଲେ। ଏହି ଘଟଣା ପରେ ଖାନ୍ ସାର୍ ପ୍ରଥମେ ଦାବି କରିଥିଲେ ଯେ, ତାଙ୍କ କୋଚିଂର ସୁରକ୍ଷାକର୍ମୀ (ଗାର୍ଡ) ଙ୍କ ସହ ମାଡ଼ପିଟ୍ କରାଯାଇଛି ଏବଂ ସେଠାରେ ଗୁଳିମାଡ଼ ହୋଇଛି । କିନ୍ତୁ ପରବର୍ତ୍ତୀ ସମୟରେ ସେ ନିଜ ବୟାନରୁ ଓହରି ଯାଇଥିଲେ।ପୋଲିସ ଖାନ୍ ସାରଙ୍କ ଦୁଇ ବଡିଗାର୍ଡ ପ୍ରଦୀପ ଏବଂ ତାଲେଶ୍ୱରଙ୍କୁ ପ୍ରଥମେ ଅଟକ ରଖି ପଚରାଉଚରା କରିଥିଲା ଏବଂ ପରେ ସେମାନଙ୍କୁ ଗିରଫ କରିଥିଲା । ପୋଲିସର ଜେରା ସମୟରେ ଗିରଫ ଦୁଇ ବଡିଗାର୍ଡ ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି । ସେମାନେ କହିଛନ୍ତି ଯେ, ଖାନ୍ ସାରଙ୍କ ନିର୍ଦ୍ଦେଶକ୍ରମେ ହିଁ ସେମାନେ ସେଠାରେ ଗୁଳି ଚଳାଇଥିଲେ । ପୋଲିସ ଏହି ବୟାନକୁ ଆଧାର କରି ଉଭୟଙ୍କୁ କୋର୍ଟରେ ହାଜର କରିବାକୁ ପ୍ରସ୍ତୁତି ଚଳାଇଛି । ବଡିଗାର୍ଡଙ୍କ ଏହି ସ୍ୱୀକାରୋକ୍ତି ପରେ ପୋଲିସ ତଦନ୍ତ ପରିସରକୁ ଖାନ୍ ସାର ଆସିଛନ୍ତି ।