ପୁରୀ ଗସ୍ତରେ କେନ୍ଦ୍ର ନିର୍ବାଚନ କମିଶନର ଜ୍ଞାନେଶ ଭାରତୀ
ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର ନିର୍ବାଚନ କମିଶନର ଆଜି ପୁରୀ ଜିଲ୍ଲା ଗସ୍ତ କରି ନିର୍ବାଚନୀ ପ୍ରକ୍ରିୟା ଏବଂ ଭୋଟର ତାଲିକା ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କରିଛନ୍ତି । ଏହି ଅବସରରେ ସେ ପ୍ରଥମେ ପିପିଲି ବ୍ଲକ କାର୍ଯ୍ୟାଳୟ ପରିଦର୍ଶନ କରି ବୁଥ୍ ସ୍ତରୀୟ ଅଧିକାରୀ ବା ବିଏଲଓମାନଙ୍କ ସହ ଆଲୋଚନା କରିଥିଲେ । ଗସ୍ତ ସମୟରେ କେନ୍ଦ୍ର ନିର୍ବାଚନ କମିଶନର ଭୋଟର ତାଲିକାରେ ନୂତନ ଭୋଟରଙ୍କ ନାମ ସଂଯୋଗ ପ୍ରକ୍ରିୟା ସମ୍ପର୍କରେ ସବିଶେଷ ତଥ୍ୟ ନେଇଥିଲେ ।ବିଶେଷକରି ଅନ୍ଲାଇନ୍ ମାଧ୍ୟମରେ କିପରି ଭୋଟରଙ୍କ ନାମ ସଂଯୋଗ କରାଯାଉଛି, ଆବେଦନ ପରେ କିପରି ଯାଞ୍ଚ ହେଉଛି ଏବଂ କେତେ ସମୟ ମଧ୍ୟରେ ତାହା ଚୂଡ଼ାନ୍ତ ତାଲିକାରେ ସାମିଲ ହେଉଛି ସେନେଇ ବିଏଲଓଙ୍କୁ ପଚାରିଥିଲେ । ନିର୍ବାଚନ ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ, ନିରପେକ୍ଷ ଏବଂ ପ୍ରଯୁକ୍ତି ଭିତ୍ତିକ କରିବା ଉପରେ ନିର୍ବାଚନ କମିଶନ ଗୁରୁତ୍ୱ ଦେଉଥିବାବେଳେ, ଏହି ଗସ୍ତକୁ ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଉଛି । ବିଶେଷକରି ଭୋଟର ତାଲିକାର ଶୁଦ୍ଧତା ଏବଂ ଡିଜିଟାଲ ବ୍ୟବସ୍ଥାର ସଫଳ କାର୍ଯ୍ୟକାରିତା ଉପରେ ଏହି ଗସ୍ତ ସମୟରେ ଗୁରୁତ୍ୱ ଦିଆଯାଇଛି