ପୁଲିସ୍‌କୁ ଚାପୁଡ଼ା ମାରିଲେ ମନ୍ତ୍ରୀଙ୍କ ସଂପର୍କୀୟ ଭାଇ

ଆନ୍ଧ୍ରପ୍ରଦେଶ ତେଲୁଗୁ ଦେଶମ ପାର୍ଟି (ଟିଡିପି) ସରକାରରେ ଏକ ଅଭାବନୀୟ ଘଟଣା ଘଟିଛି । ରାସ୍ତା ଏବଂ କୋଠାବାଡି ମନ୍ତ୍ରୀ ବିସି ଜନାର୍ଦ୍ଦନ ରେଡ୍ଡିଙ୍କ ଭାଇ ବିସି ମଦନ ଭୂପାଳ ରେଡ୍ଡି ଜଣେ ପୋଲିସ କନଷ୍ଟେବଳଙ୍କୁ ଚାପୁଡ଼ା ମାରିଛନ୍ତି । ଏହି ଘଟଣା ନାନ୍ଦୟାଲ ଜିଲ୍ଲାର କୋଲିମିଗୁଣ୍ଡଲାର ଏକ ମନ୍ଦିରରେ ଘଟିଛି ।ଏହି ଘଟଣାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଉଲ୍ଲେଖଯେ‌ାଗ୍ୟ, ଏଆର କନେଷ୍ଟବଳ ଜସୱନ୍ତ କୁମାର କାର୍ଯ୍ୟକ୍ରମରେ ନିୟୋଜିତ ଥିଲେ ଏବଂ ମନ୍ତ୍ରୀଙ୍କ ସମ୍ପର୍କୀୟ ଭାଇ ବୋବାଲା ମଦନା ଭୂପାଲ ରେଡ୍ଡୀଙ୍କୁ ଏକ ନିଷିଦ୍ଧ ଅଞ୍ଚଳରେ ପ୍ରବେଶ କରିବାକୁ ବାରଣ କରିଥିଲେ। ଅଭିଯୋଗ ଅନୁଯାୟୀ ରେଡ୍ଡୀ ଏହି କଥାରେ ସର୍ବସାଧାରଣ ସମ୍ମୁଖରେ କନେଷ୍ଟବଳଙ୍କୁ ଦୁର୍ବ୍ୟବହାର ଏବଂ ଚାପୁଡ଼ା ମାରିଥିବା ଅଭିଯୋଗ ହୋଇଛି।ଏହି ସମୟରେ କେହି ଜଣେ ଘଟଣାର ଭିଡିଓ ପ୍ରସ୍ତୁତ କରିଥିଲେ । ମଦନ ରେଡ୍ଡିଙ୍କୁ ପରେ ଗିରଫ କରାଯାଇଥିଲା । ତାଙ୍କ ମନ୍ତ୍ରୀ ଭାଇ ବି.ସି. ଜନାର୍ଦ୍ଦନ ରେଡ୍ଡି ମଧ୍ୟ ଏହି ଘଟଣାର ସମାଲୋଚନା କରିଥିଲେ । ସେ କହିଛନ୍ତି ଯେ ସେ ପୋଲିସକୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି, ସେମାନେ କିଏ ହେଉନା କାହିଁକି ।