(ପୋଖରୀ ରେ ବୁଢୀ ମରିବା ଘଟଣା)ପୂର୍ବତନ ସାଂସଦ ରମେଶ ଚନ୍ଦ୍ର ମାଝିଙ୍କ ହସ୍ତକ୍ଷେପ ପରେ ଶବ ବ୍ୟବଛେଦ ହେଲା।
ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଳକ ଅନକାବେଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଚକାମାଲ ଗ୍ରାମର ଜୟରାମ ମାଝୀଙ୍କ ବଡ଼ପୁଅ ତିଳଚନ ମାଝୀ (45) ଗତକାଲି ଗ୍ରାମର ଉପରବନ୍ଧ ପୋଖରୀ କୁ ଖଟର ପଟି ସଫା କରିବାକୁ ଯାଇ ଖଟପଟି ସଫା କରୁଥିବା ସମୟରେ ହଟାତ ଗୋଡ଼ ଖସି ଯିବାରୁ ପୋଖରୀ ଗଭୀର ପାଣି ଭିତରେ ପଡ଼ି ବୁଡ଼ି ଯାଇଥିଲେ l ତେବେ ନିଜର ଜୀବନ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ନିଜକୁ ବଞ୍ଚେଇ ପାରିନଥିଲେ ଓ ଶେଷରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା l ତେଣେ ଅଧିକ ସମୟ ଧରି ଘରକୁ ନଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ କିନ୍ତୁ କେଉଁଠି ବି ପାଇନଥିଲେ। ଶେଷରେ ଗାଁ ର କିଛି ଲୋକେ କହିବାରୁ ପୋଖରୀ ପାଖକୁ ଯାଇ ପୋଖରୀ ଭିତରେ ମଡ଼ ଶରୀର ଭାସୁଥିବା ଦେଖି ପରିବାର ଲୋକେ ପୋଲିସ ଜଣେଇଥିଲେ। ଏ.ଏସ.ଆଇ ଦିଲୀପ କୁମାର ବାରିକ ନିଜ ଟିମ ସହ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଚନ୍ଦାହାଣ୍ଡି ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠେଇଥିଲେ। ତେଣେ ଗତକାଲି ଶୁକ୍ରବାର ସନ୍ଧ୍ୟା ହୋଇଯିବାରୁ ଶବ ଶନିବାର ଦିନ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ତଦନ୍ତ କାରି ଅଧିକାରୀ ଦିଲୀପ କୁମାର ବାରିକ କହିଥିଲେ। କିନ୍ତୁ ଆଜି ଶନିବାର ଏହି ଘଟଣା ଭିନ୍ନ ଏକ ମୋଡ଼ ନେଉଥିବା ଦେଖିବାକୁ ମିଳିଥିଲା। ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଶବ ବ୍ୟବଚ୍ଛେଦ କରିବା ପାଇଁ ଡାକ୍ତର ନାହିଁ ତମେ ଶବକୁ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନେଇ ଶବ ବ୍ୟବଚ୍ଛେଦ କରିବାକୁ ପଡିବ ବୋଲି ତଦନ୍ତକାରୀ ଅଧିକାରୀ ପରିବାର ବର୍ଗଙ୍କୁ କହିବାରୁ ଶବକୁ ବ୍ୟବଚ୍ଛେଦ କରିବାକୁ ଆମେ ଉମରକୋଟ ନେଇ ପାରିବୁ ନାହିଁ ବୋଲି ରୋକଠୋକ ମନା କରି ଦେଇଥିଲେ l ତେଣେ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଶବ ବ୍ୟବଚ୍ଛେଦ କରିବାକୁ ନେବା କଥା ଶୁଣି ସମାଜସେବୀ ପ୍ରଶାନ୍ତ ପାରି, ସଭାପତି ଗୌରହରୀ ନାୟକ, ବଳରାମ ପଟନାୟକ, ଋଷୁ ବାଘ, ପୁରୁଷୋତ୍ତ ବାଘ, , କମଳୁ ମନହିରା, ବ୍ଲକ୍ ଉପାଧ୍ୟକ୍ଷ ବାସୁଦେବ ଗୌଡ଼, କାହ୍ନୁ ଦାଶ, ସମେତ ଅନେକ ସ୍ଵେଚ୍ଛାସେବୀ, ବିଜେଡି କର୍ମୀ ଓ ମୃତକ ଙ୍କ ପରିବାର ଲୋକ ସ୍ୱାସ୍ଥ୍ୟକେନ୍ଦ୍ର ଫାଟକ ସାମ୍ନାରେ ଧାରଣାରେ ବସିଥିଲେ l ତେବେ ଘଟଣା ସମ୍ପର୍କରେ ଖବର ପାଇ ପୂର୍ବତନ ସାଂସଦ ରମେଶଚନ୍ଦ୍ର ମାଝୀ ନବରଙ୍ଗପୁର ସି.ଡିଏମ.ଓ ସନ୍ତୋଷ କୁମାର ପଣ୍ଡାଙ୍କୁ ଜଣାଇବା ପରେ ଶ୍ରୀ ପଣ୍ଡାଙ୍କ ନିର୍ଦେଶ କ୍ରମେ ଉମରକୋଟ ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଆସି ଶବ ବ୍ୟବଚ୍ଛେଦ କରି ଆଜି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ସୂଚନା ମିଳିଛି l ପୂର୍ବତନ ସାଂସଦ ରମେଶ ଚନ୍ଦ୍ର ମାଝୀଙ୍କ ହସ୍ତକ୍ଷେପ ପରେ ଶବ ବ୍ୟବଚ୍ଛେଦ ହୋଇଥିବା ବେଳେ ପରିବାର ତଥା ଗ୍ରାମବାସୀ ପୂର୍ବତନ ସାଂସଦ ରମେଶ ଚନ୍ଦ୍ର ମାଝୀ ଙ୍କୁ ଧନ୍ୟବାଦ ଜଣେଇଛନ୍ତି l ତେବେ ଚନ୍ଦାହାଣ୍ଡି ଥାନାରେ କାର୍ଯ୍ୟରତ ଏସ୍.ଆଇ ବିଜୁରାମ ବାଘ ଧାରଣାରେ ବସିଥିବା ସମାଜସେବୀ ମାନଙ୍କୁ ରାଜନୀତି କରିବା ଠିକ୍ ନୁହେଁ ଶବ ନେବା ଆଣିବା ପାଇଁ ତ ଗାଡ଼ି ଦିଆ ଯାଉଛି, ଦଶ କିଲୋମିଟର ଦୂର ପରିବର୍ତ୍ତେ ପଚାଶ କିଲୋମିଟର ଗଲେ କି ଅସୁବିଧା ହେଉଛି, ଏଇଠି କର ଗାଁରେ କର ବୋଲି କହିଲେ ହେବ କି ଯେଉଁଠି ବି ଶବ ବ୍ୟବଚ୍ଛେଦ ହେଲେ ହେଲା ଧାରଣା କାହିଁକି ଦେଉଛନ୍ତି ବୋଲି କହିବାର ଭିଡ଼ିଓ ଟି ଏବେ ସୋସିଆଲ୍ ମିଡିଆରେ ଘୁରି ବୁଲୁଥିବା ବେଳେ ଏସ୍ ଆଇ ଙ୍କ ଏଭଳି ମନ୍ତବ୍ୟ କୁ ସାଧାରଣ ରେ ନିନ୍ଦା କରାଯାଉଛି l ତେଣେ ସ୍ନାତ୍ତକୋତର ପରୀକ୍ଷା ପାଇଁ ଏକାଥରକେ ଚନ୍ଦାହାଣ୍ଡି, ଝରିଗାଁ, ଉମରକୋଟ, ଡାବୁଗାଁ ସ୍ଵାସ୍ଥ୍ୟକେନ୍ଦ୍ରରୁ ଅନେକ ଡାକ୍ତର ଯିବା ଯୋଗୁଁ ଜରୁରୀ କାଳୀନ ଭିତ୍ତିରେ ଲୋକଙ୍କୁ ସେବା ପ୍ରଦାନ କରିବା ସହ ବ୍ୟବଚ୍ଛେଦ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ସେବାକୁ ଆୟୁଷ ଡାକ୍ତର ଙ୍କ ଉପରେ ଦାୟିତ୍ଵ ନ୍ୟସ୍ତ କରି ପରୀକ୍ଷା ଦେବାକୁ ଯିବା କେତେଦୂର ସମୀଚୀନ ବୋଲି ସାଧାରଣରେ ଆଲୋଚନା ହେଉଛି l ତେବେ ସରକାର ନାମକୁ ମାତ୍ର କିଛି ଆୟୁଷ ଡାକ୍ତର ଙ୍କୁ ସ୍ୱାସ୍ଥ୍ୟ କେନ୍ଦ୍ର ମାନଙ୍କରେ ନିଯୁକ୍ତି ଦେଇ ଲୋକଙ୍କ ସ୍ଵାସ୍ଥ୍ୟର ଯତ୍ନ ପାଇଁ କିଭଳି ଭାବେ ସେବା ପ୍ରଦାନ କରି ଆସୁଛନ୍ତି ତାହା ଆଜିର ଏହି ଘଟଣାରୁ ଜଳଜଳ ହୋଇ ବାରି ହୋଇପଡୁଛି l ତେବେ ଚନ୍ଦାହାଣ୍ଡି ଭଳି ଏକ ଉପାନ୍ତ ଅଞ୍ଚଳରେ ଥିବା ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ଅତି ଶୀଘ୍ର ଡାକ୍ତର ନିୟୋଜିତ କରାଯାଇ ଲୋକଙ୍କ ସେବା ପ୍ରଦାନ କରିବାକୁ ସାଧାରଣ ରେ ଦାବୀ ହେଉଛି l