ଫ୍ରେଣ୍ଡସିପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ସିଜିନ ୩ତୃତୀୟ ଦିବସରେ କମଳାଡିହ ଓ ଇ ଲାଇଟ୍ ଇଗଲ ଇଲେଭେନ୍ ନରସିଂହପୁର ଟିମ୍ ବିଜୟୀ

ଗଣିଆ – ( ବିଶ୍ୱରଞ୍ଜନ ସେଠି );ଗଣିଆ ବ୍ଲକ ଛାମୁଣ୍ଡିଆ ପଞ୍ଚାୟତ ବେଠିଆ ସାହି ଠାରେ ସମାଜ ସେବୀ ଗଣେଶ୍ୱର ସାମଲ ଓ ସାତକୋଶିଆ ସ୍ୟାଣ୍ଡସ ରିସୋର୍ଟ ଦ୍ୱାରା ପ୍ରାୟୋଜିତ ଫ୍ରେଣ୍ଡସିପ କ୍ରିକେଟ କ୍ଲବ ଫ୍ରେଣ୍ଡସିପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ସିଜିନ ୩ ବେଠିଆସାହି ଜଗନ୍ନାଥ ମନ୍ଦିର ପଛ ଖେଳ ପଡିଆ ଠାରେ ୩ୟ ଦିବସର ଲିଗ୍ ମ୍ୟାଚ୍ ଅନୁଷ୍ଠିତ ହୋଇ ଯାଇଛି । ପ୍ରଥମ ମ୍ୟାଚ୍ ରେ ଏଫ୍ ସି ସି ବନାମ ଏମ୍ ବି ସି ସି କମଳାଡିହ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ଏଫ୍ ସି ସି ଟିମ ଟସ ଜିତି ବ୍ୟାଟିଂ କରିବାକୁ ନିଷ୍ପତି ନେଇଥିଲା। ନିର୍ଦ୍ଧାରିତ ୧୦ ଓଭରରେ ଏଫ୍ ସି ସି ଟିମ ୮ ୱିକେଟ ହରାଇ ୭୨ ରନ କରିବାରେ ସକ୍ଷମ ହୋଇଥିଲା। ଜବାବରେ କମଳାଡିହ ନିର୍ଦ୍ଧାରିତ ୧୦ଓଭରରୁ ୫ଓଭର ରେ ୩ୱିକେଟ ହରାଇ ୭୪ ରନ କରି ୭ ୱିକେଟ ରେ ବିଜୟୀ ହୋଇଛି । ଆଜିର ଟୁର୍ଣ୍ଣାମେଣ୍ଟରେ ମୁଖ୍ୟ ଅତିଥି ଭାବେ ବନପାଳ ଶ୍ରୀନିବାସ କହଁର ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଶିକ୍ଷକ ବ୍ରଜବନ୍ଧୁ ବେହେରା ଯୋଗ ଦେଇଥିଲେ । ଫ୍ରେଣ୍ଡସିପ କ୍ରିକେଟ କ୍ଲବ ର ଅଧକ୍ଷ ବିଜୟନନ୍ଦ ତରେଇ,ସଭାପତି ପ୍ରଶାନ୍ତ ବେହେରା , କୋଷାଧ୍ୟକ୍ଷ ମଧୁସୁଦନ ନାୟକ ଯୋଗ ଦେଇଥିଲେ । ପ୍ରଥମ ମ୍ୟାଚରେ ନରେଶ ମ୍ୟାନ ଅଫ ଦି ମ୍ୟାଚ୍ ଭାବେ ବିବେଚିତ ହୋଇ ଅତିଥି ଙ୍କ ଠାରୁ ଟ୍ରଫି ଗ୍ରହଣ କରି ଥିଲେ। ସେହି ପରି ଦ୍ଵିତୀୟ ମ୍ୟାଚରେ ଇ ଲାଇଟ୍ ଆଙ୍ଗେଲ ଇଲେଭନ୍ ନରସିଂହପୁର ବନାମ ଏମ୍ ସି ସି କିଶୋର ପ୍ରସାଦ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । କିଶୋର ପ୍ରସାଦ ପ୍ରଥମେ ଟସ ଜିତି ଫିଲ୍ଡିଂ କରିବା ନିଷ୍ପତି ନେଇଥିଲା। ଇଲାଇଟ ଆଙ୍ଗେଲ୍ ଇଲେଭେନ୍ ୧୦ଓଭରରେ ୫ ୱିକେଟ ହରାଇ ୧୯୫ ରନ କରିବାରେ ସକ୍ଷମ ହୋଇଥିଲା। ଜବାବରେ କିଶୋର ପ୍ରସାଦ ଟିମ ୯.୩ ଓଭର ରେ ୮ୱିକେଟ୍ ହରାଇ ୧୦୫ ରନ୍ କରି ୯୦ ରନ ରେ ପରାସ୍ତ ହୋଇଥିଲା। । ମୁଖ୍ୟ ଅତିଥି ଭାବେ ବନପାଳ ଦୀପକ କୁମାର ମିଶ୍ର ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ପ୍ରସନ୍ନ ଦାସ ଯୋଗ ଦେଇଥିଲେ। ରାଜୁଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଭାବେ ବିବେଚିତ କରା ଯାଇଥିଲା । ଆଜିର ଦୁଇଟି ମ୍ୟାଚ୍ ରେ ସରୋଜ କୁମାର ରଣା ଓ ସିଲୁ ଏବଂ ବିକାଶ ଖେଳ ପରିଚାଳନା କରିଥିଲେ। ବହୁ ଦର୍ଶକ ଖେଳ ଉପଭୋଗ କରୁଥିଲେ।