ଫ୍ରେଣ୍ଡସିପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ସିଜିନ ୩ଅନ୍ତିମ ଲିଗ୍ ଦିବସରେ ରାଜିଙ୍ଗି ଓ ହାତିଗଡ ଟିମ୍ ବିଜୟୀ

ଗଣିଆ ( ବିଶ୍ୱରଂଜନ ସେଠି );ଗଣିଆ ବ୍ଲକ ଛାମୁଣ୍ଡିଆ ପଞ୍ଚାୟତ ବେଠିଆ ସାହି ଠାରେ ସମାଜ ସେବୀ ଗଣେଶ୍ୱର ସାମଲ ଓ ସାତକୋଶିଆ ସ୍ୟାଣ୍ଡସ ରିସୋର୍ଟ ଦ୍ୱାରା ପ୍ରାୟୋଜିତ ଫ୍ରେଣ୍ଡସିପ କ୍ରିକେଟ କ୍ଲବ ଫ୍ରେଣ୍ଡସିପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ସିଜିନ ୩ ବେଠିଆସାହି ଜଗନ୍ନାଥ ମନ୍ଦିର ପଛ ଖେଳ ପଡିଆ ଠାରେ ଅନ୍ତିମ ଲିଗ୍ ମ୍ୟାଚ୍ ଅନୁଷ୍ଠିତ ହୋଇ ଯାଇଛି । ପ୍ରଥମ ମ୍ୟାଚ୍ ରେ ଆର ଡି ସି ସି ରାଜିଙ୍ଗୀ ବନାମ ଏମ୍ କେ ସି ସି କରଡ଼ା ପଡା ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ପ୍ରଥମେ କରଡ଼ାପଡା ଟିମ ଟସ ଜିତି ବ୍ୟାଟିଂ କରିବାକୁ ନିଷ୍ପତି ନେଇଥିଲା। ନିର୍ଦ୍ଧାରିତ ୧୦ ଓଭରରେ ସମସ୍ତ ୱିକେଟ ହରାଇ ୧୪୧ ରନ କରିବାରେ ସକ୍ଷମ ହୋଇଥିଲା। ଜବାବରେ ରାଜିଙ୍ଗି ନିର୍ଦ୍ଧାରିତ ୧୦ଓଭରରୁ ଓଭର ରେ ୭ୱିକେଟ ହରାଇ ୧୪୩ ରନ କରି ୩ୱିକେଟ ରେ ବିଜୟୀ ହୋଇଛି । ଆଜିର ଟୁର୍ଣ୍ଣାମେଣ୍ଟରେ ମୁଖ୍ୟ ଅତିଥି ଭାବେ ବେଠିଆ ସାହି ଉଚ୍ଚ ବିଦ୍ୟାଳୟ ର ଶିକ୍ଷକ ବିବେକାନନ୍ଦ ମହାପାତ୍ର ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଶିକ୍ଷକ ମନୋରଞ୍ଜନ ବେହେରା ଦେଇଥିଲେ । ଫ୍ରେଣ୍ଡସିପ କ୍ରିକେଟ କ୍ଲବ ର ଅଧକ୍ଷ ବିଜୟନନ୍ଦ ତରେଇ,ସଭାପତି ପ୍ରଶାନ୍ତ ବେହେରା , କୋଷାଧ୍ୟକ୍ଷ ମଧୁସୁଦନ ନାୟକ ଯୋଗ ଦେଇଥିଲେ । ପ୍ରଥମ ମ୍ୟାଚରେ ସ୍ୱାଧୀନ ମ୍ୟାନ ଅଫ ଦି ମ୍ୟାଚ୍ ଭାବେ ବିବେଚିତ ହୋଇ ଅତିଥି ଙ୍କ ଠାରୁ ଟ୍ରଫି ଗ୍ରହଣ କରି ଥିଲେ। ସେହି ପରି ଦ୍ଵିତୀୟ ମ୍ୟାଚରେ ମହାବୀର ଇଲେଭନ୍ ହାତିଗଡ ବନାମ F C C ମଧ୍ୟରେ ଅନୁଷ୍ଠିତ ହୋଇଥିଲା । F C C ପ୍ରଥମେ ଟସ ଜିତି ବ୍ୟାଟିଂ କରିବା ନିଷ୍ପତି ନେଇଥିଲା। F C C ୧୦ଓଭରରେ ୯ ୱିକେଟ ହରାଇ ୭୭ ରନ କରିବାରେ ସକ୍ଷମ ହୋଇଥିଲା। ଜବାବରେ ହାତିଗଡ଼ ଟିମ ୪.୧ ଓଭର ରେ ୨ୱିକେଟ୍ ହରାଇ ୭୮ ରନ୍ କରି ୮ୱିକେଟ୍ ରେ ବିଜୟୀ ହୋଇଥିଲା । ମୁଖ୍ୟ ଅତିଥି ଭାବେ ମାଳିସାହି ପ୍ରାଥମିକ ବିଦ୍ୟାଳୟ ର ଶିକ୍ଷକ ଶ୍ରୀଧର ରଣା ଯୋଗଦେଇଥିବା ବେଳେ ବିଶିଷ୍ଟ ଅତିଥି ସଞ୍ଜୟ କୁମାର ରଣା ଯୋଗ ଦେଇଥିଲେ ସମ୍ମାନିତ ଅତିଥି ଭାବେ ଶ୍ୟାମଘନ ପଲେଇ ଯୋଗ ଦେଇଥିଲେ। ଅସିତ ମ୍ୟାନ ଅଫ ଦି ମ୍ୟାଚ ଭାବେ ବିବେଚିତ କରା ଯାଇଥିଲା । ଆଜିର ଦୁଇଟି ମ୍ୟାଚ୍ ରେ ସରୋଜ କୁମାର ରଣା ଓ ସିଲୁ ଖେଳ ପରିଚାଳନା କରିଥିଲେ। ବହୁ ଦର୍ଶକ ଖେଳ ଉପଭୋଗ କରୁଥିଲେ। ଆସନ୍ତା କାଲି ପ୍ରଥମ କ୍ୱାଲିଫାୟାର ଅନୁଷ୍ଠିତ ହେବ।