ଫ୍ରେଣ୍ଡସିପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ସିଜିନ ୩ପ୍ରଥମ କ୍ବାଲି ଫାୟାର ଦିବସରେ ଗଣିଆ ଓ ଢୋଲମରା ଟିମ୍ ବିଜୟୀଗଣିଆ ଟିମ୍ ଓ ଢୋଲମରା ଟିମ୍ ସେମି ଫାଇନାଲକୁ ପ୍ରବେଶ
ଗଣିଆ ( ବିଶ୍ୱରଂଜନ ସେଠି );ଗଣିଆ ବ୍ଲକ ଛାମୁଣ୍ଡିଆ ପଞ୍ଚାୟତ ବେଠିଆ ସାହି ଠାରେ ସମାଜ ସେବୀ ଗଣେଶ୍ୱର ସାମଲ ଓ ସାତକୋଶିଆ ସ୍ୟାଣ୍ଡସ ରିସୋର୍ଟ ଦ୍ୱାରା ପ୍ରାୟୋଜିତ ଫ୍ରେଣ୍ଡସିପ କ୍ରିକେଟ କ୍ଲବ ଫ୍ରେଣ୍ଡସିପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ସିଜିନ ୩ ବେଠିଆସାହି ଜଗନ୍ନାଥ ମନ୍ଦିର ପଛ ଖେଳ ପଡିଆ ଠାରେ ପ୍ରଥମ କ୍ବାଲି ଫାୟାର ମ୍ୟାଚ୍ ଅନୁଷ୍ଠିତ ହୋଇ ଯାଇଛି । ପ୍ରଥମ ମ୍ୟାଚ୍ ରେ ଏମ୍ ବି ସି ସି କମଳାଡିହ ବନାମ ଏମ୍ ସି ଏ ଗଣିଆ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ଗଣିଆ ଟିମ ଟସ ଜିତି ଫିଲ୍ଡିଂ କରିବାକୁ ନିଷ୍ପତି ନେଇଥିଲା। କମଳାଡିହ ନିର୍ଦ୍ଧାରିତ ୧୦ ଓଭରରେ ୭ ୱିକେଟ ହରାଇ ୧୩୪ ରନ କରିବାରେ ସକ୍ଷମ ହୋଇଥିଲା। ଜବାବରେ ଗଣିଆ ନିର୍ଦ୍ଧାରିତ ୧୦ଓଭରରୁ ୮.୪ ଓଭର ରେ ୩ୱିକେଟ ହରାଇ ୧୩୭ ରନ କରି ୭ୱିକେଟ ରେ ବିଜୟୀ ହୋଇଛି । ଆଜିର ଟୁର୍ଣ୍ଣାମେଣ୍ଟରେ ମୁଖ୍ୟ ଅତିଥି ଭାବେ ସାତକୋଶିଆ ସ୍ୟାଣ୍ଡସ ରିସର୍ଟ ର ସାଇଡି ମ୍ୟାନେଜର ପ୍ରକାଶ ବେହେରା ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ରମେଶ ଚନ୍ଦ୍ର ବାରିକ ଯୋଗ ଦେଇଥିଲେ । ଫ୍ରେଣ୍ଡସିପ କ୍ରିକେଟ କ୍ଲବ ର ଅଧକ୍ଷ ବିଜୟନନ୍ଦ ତରେଇ,ସଭାପତି ପ୍ରଶାନ୍ତ ବେହେରା , କୋଷାଧ୍ୟକ୍ଷ ମଧୁସୁଦନ ନାୟକ ଯୋଗ ଦେଇଥିଲେ । ପ୍ରଥମ ମ୍ୟାଚରେ ଗଣିଆ ଟିମର ଗୋପ ମ୍ୟାନ ଅଫ ଦି ମ୍ୟାଚ୍ ଭାବେ ବିବେଚିତ ହୋଇ ଅତିଥି ଙ୍କ ଠାରୁ ଟ୍ରୋଫି ଗ୍ରହଣ କରି ଥିଲେ। ସେହି ପରି ଦ୍ଵିତୀୟ କ୍ୱାଲିଫାୟର ମ୍ୟାଚ୍ ଢୋଲମରା ବନାମ ରଙ୍ଗମାଟିଆ (ଦଶପଲ୍ଲା)ମଧ୍ୟରେ ଅନୁଷ୍ଠିତ ହେବାର ଥିଲା । ଢୋଲମାର ଟିମ୍ କୁ ଟକ୍କର ଦେଇ ନପାରିବା ଭାବି ଆସି ନଥିଲା ଯାହା ଫଳରେ ଫ୍ରେଣ୍ଡସିପ କ୍ରିକେଟ୍ କମିଟି ଢୋଲମରା ଟିମ୍ କୁ ବିଜୟୀ ଘୋଷଣା କରିଥିଲା । ଆଜିର ମ୍ୟାଚ୍ ରେ ସରୋଜ କୁମାର ରଣା ଓ ସିଲୁ ଖେଳ ପରିଚାଳନା କରିଥିଲେ। ବହୁ ଦର୍ଶକ ଖେଳ ଉପଭୋଗ କରୁଥିଲେ। ଆସନ୍ତା କାଲି ଦ୍ୱିତୀୟ କ୍ୱାଲିଫାୟାର ମ୍ୟାଚ୍ ରାଜିଙ୍ଗି ବନାମ ହାତିଗଡ ଏବଂ ସାଗର ଇଲେଭେନ୍ ( ନରସିଂହପୁର)ବନାମ ଚକ୍ରଗଡ଼ ମଧ୍ୟରେ ଅନୁଷ୍ଠିତ ହେବ ବୋଲି ଏଫ୍ ସି ସି ର ଅଧ୍ୟକ୍ଷ ବିଜୟାନନ୍ଦ ତରେଇ ସୂଚନା ଦେଇଛନ୍ତି ।