ଫ୍ରେଣ୍ଡସିପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ସିଜିନ ୩ଗ୍ରାଣ୍ଡ ଫାଇନାଲଢୋଲମରାକୁ ହରାଇ ସାଗର ଇଲେଭେନ୍ ଚାମ୍ପିୟନ

ଗଣିଆ ( ବିଶ୍ୱରଂଜନ ସେଠି );ଗଣିଆ ବ୍ଲକ ଛାମୁଣ୍ଡିଆ ପଞ୍ଚାୟତ ବେଠିଆ ସାହି ଠାରେ ସମାଜ ସେବୀ ଗଣେଶ୍ୱର ସାମଲ ଓ ସାତକୋଶିଆ ସ୍ୟାଣ୍ଡସ ରିସୋର୍ଟ ଦ୍ୱାରା ପ୍ରାୟୋଜିତ ଫ୍ରେଣ୍ଡସିପ କ୍ରିକେଟ କ୍ଲବ ଫ୍ରେଣ୍ଡସିପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ସିଜିନ ୩ ବେଠିଆସାହି ଜଗନ୍ନାଥ ମନ୍ଦିର ପଛ ଖେଳ ପଡିଆ ଠାରେ ଜୁନ୍ ୬ ତାରିଖ ଠାରୁ ଆରମ୍ଭ ହୋଇଥିବା ଟୁର୍ଣ୍ଣାମେଣ୍ଟ ଆଜି ଅନ୍ତିମ ତଥା ଗ୍ରାଣ୍ଡ ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ଢୋଲମରା ଟଚ୍ ଜିତି ବ୍ୟାଟିଂ କରିବାର ନିଷ୍ପତି ନେଇଥିଲା। ନିର୍ଦ୍ଧାରିତ ୧୫ ଓଭର ରେ ସମସ୍ତ ୱିକେଟ ହରାଇ ୧୬୦ ରନ କରିବାରେ ସକ୍ଷମ ହୋଇଥିଲା। ଜବାବରେ ସାଗର ଇଲେଭେନ୍ ନିର୍ଦ୍ଧାରିତ ୧୫ଓଭର ରୁ ୮ୱିକେଟ ହରାଇ ୧୨.୪ ଓଭରରେ ୧୬୬ କରି ୨ୱିକେଟ ରେ ବିଜୟୀ ହେବା ସହିତ ଚଳିତ ବର୍ଷ ସିଜିନ୍ ୩ ର ଚାମ୍ପିୟନ୍ ହୋଇଛି । ସାଗର ଇଲେଭେନ୍ ଟିମ୍ ର ମନୁଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍ ଭାବେ ବିବେଚିତ ହୋଇ ଅତିଥି ଙ୍କ ଠାରୁ ଟ୍ରଫି ଗ୍ରହଣ କରିଥିଲେ। ମ୍ୟାନ ଅଫ ଦି ସିରିଜ ଚିନୁ, ଶ୍ରେଷ୍ଠ ବୋଲର ଭାବେ ନମିତ୍ ଙ୍କୁ ଟ୍ରଫି ପ୍ରଧାନ କରା ଯାଇଥିଲା।ଚାମ୍ପିୟନ୍ ଟ୍ରୋଫି ସହିତ ଅର୍ଥ ରାଶି ୧୦ହଜାର
ରନସ ଅପ ଟ୍ରଫି ସହିତ ୭ହଜାର ଅର୍ଥ ରାଶି ପ୍ରଦାନ କରା ଯାଇଥିଲା ଡ଼ାନ୍ସିଂ ଅମ୍ପିୟାର ବବୁଲ ଓ ସରୋଜ କୁମାର ରଣା ଖେଳ ପରିଚାଳନା କରିଥିଲେ। ଚାରି ହଜାରରୁ ଅଧିକ ଦର୍ଶକ ଖେଳ ଉପଭୋଗ କରୁଥିଲେ। ଆଙ୍କରିଂ ଅମିତି ରୋଶନ ଏବଂ ଡ଼ାନ୍ସିଂ ଅମ୍ପାୟାର ବବୁଲ ସାହୁ ନିଜର ନୃତ୍ୟ ଓ କମେଡି ମାଧ୍ୟମରେ ଦର୍ଶକ ମାନଙ୍କୁ ଆକର୍ଷିତ କରିଥିଲେ।

ମନୋରଞ୍ଜନ ପାଇଁ ଚିୟର୍ ଗାର୍ଲ୍ ର କମିଟି ତରଫରୁ ବ୍ୟବସ୍ଥା କରା ଯାଇଥିଲା ହେବ। ଆଜିର ମୁଖ୍ୟ ଅତିଥି ଭାରତୀୟ ଜନତା ପାର୍ଟି ଯୁବ ମୋର୍ଚ୍ଚା (BJYM),ଓଡ଼ିଶା ରାଜ୍ୟ ସଭାପତି ଅଭିଳାଷ ପଣ୍ଡା ଯୋଗ ଦେଇଥିବା ବେଳେ ବିଶିଷ୍ଟ ଅତିଥି ଭାବେ ସମାଜ ସେବୀ ପ୍ରଦୀପ୍ତ କୁମାର ରାଉତ ଯୋଗ ଦେଇଥିଲେ, ସ୍ୱତନ୍ତ୍ର ଅତିଥି ଭାବେ ବିଜେପି ଗଣିଆ ବ୍ଲକ ମଣ୍ଡଳ ସଭାପତି ମହାବୀର ପ୍ରସାଦ ମିଶ୍ର ଯୋଗ ଦେଇଥିବା ବେଳେ, ସନ୍ତୋଷ କୁମାର ସାହୁ, ଉଲ୍ଲାସ ନାୟକ, ବିଶ୍ୱନାଥ ତରେଇ, ସୁବାସ ଚନ୍ଦ୍ର ରଣା ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ସାମ୍ବାଦିକ ସଂଘର ବିଶ୍ୱରଞ୍ଜନ ସେଠୀ, ସମୀର କୁମାର ବେହେରା, ସନ୍ତୋଷ ପ୍ରଧାନ, ପ୍ରତାପ କୁମାର ରାଉତ, ସୁରେଶ କୁମାର ସାହୁ , ଅଜୟ ମହାଖୁଡ ପ୍ରମୁଖ ଯୋଗ ଦେଇଥିଲେ। ସମାଜ ସେବୀ ଗଣେଶ୍ୱର ସାମଲ ଦୁଇ ହଜାର ଦର୍ଶକ ମାନଙ୍କ ପାଇଁ ଖାଇବା ବ୍ୟବସ୍ଥା କରାଇଥିଲେ। ଟୁର୍ଣ୍ଣାମେଣ୍ଟର ଆୟୋଜକ ସମାଜ ସେବୀ ଗଣେଶ୍ୱର ସାମଲ, ଫ୍ରେଣ୍ଡସିପ କ୍ରିକେଟ କ୍ଲବ ର ଅଧକ୍ଷ ବିଜୟାନନ୍ଦ ତରେଇ, ସଭାପତି ପ୍ରଶାନ୍ତ ବେହେରା, କୋଷାଧକ୍ଷ ମଧୁ ସୁଦନ ନାୟକ ଉପସ୍ଥିତ ରହିଥିଲେ।