ବକେୟା ପାରିଶ୍ରମିକ ଦାବିରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଛୁଟିରେ ରହିଲେ ଅସ୍ଥାୟୀ ବନ କର୍ମଚାରୀ
ଗଣିଆ (ବିଶ୍ୱରଂଜନ ସେଠି )ନୟାଗଡ଼ସ୍ଥିତ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ଅନ୍ତର୍ଗତ ଛାମୁଣ୍ଡିଆ, କୁଶଙ୍ଗ, ବାଣିଗୋଛା ପୂର୍ବ ଓ ବାଣିଗୋଛା ପଶ୍ଚିମ ବଞ୍ଚାଞ୍ଚଳରେ କାର୍ଯ୍ୟରତ ଅସ୍ଥାୟୀବନକର୍ମଚାରୀମାନେଗତ ୨୮ ତାରିଖରେ ସେମାନଙ୍କର ବକେୟା ପାରିଶ୍ରମିକ ନମିଳିବା ପ୍ରତିବାଦରେ ବନଖଣ୍ଡ ଅଧିକାରୀ ପିସିସିଏଫ , ଏସିଏଫ ଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ । ପାରିଶ୍ରମିକ ବକେୟା: ଅରଣ୍ୟ, ବନ୍ୟଜନ୍ତୁ ଓ ପରିବେଶ ସୁରକ୍ଷାରେ ନିରନ୍ତର ନିୟୋଜିତ ଥିବା ସତ୍ତ୍ୱେ କେତେକ ଅସ୍ଥାୟୀ କର୍ମଚାରୀଙ୍କୁ ଗତ ଜୁଲାଇ ଓ ଅଗଷ୍ଟ ମାସର ପାରିଶ୍ରମିକ ମିଳିନାହିଁ। ଏଥିସହିତ ଗତ ମଇ ଓ ଜୁନ୍ ମାସର ପାରିଶ୍ରମିକ ମଧ୍ୟ ସମ୍ପୂର୍ଣ୍ଣ କର୍ମଚାରୀଙ୍କୁ ମିଳିପାରି ନଥିବା ଅଭିଯୋଗ କରିଥିଲେ । ୪ଟି ଯାକ ବଞ୍ଚାଞ୍ଚଳର ଅସ୍ଥାୟୀ ବନ କର୍ମଚାରୀ ସଂଘ ନିଷ୍ପତ୍ତି ନେଇଥିଲେ ଯେ ୦୪/୧୦/୨୦୨୨ ସୁଦ୍ଧା ସମସ୍ତ ବକେୟା ଅର୍ଥ ପ୍ରଦାନ କରାନଗଲେ, ସେମାନେ ୦୫/୧୦/୨୦୨୨ ଠାରୁ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ସମୂହ ଛୁଟିରେ ରହିବେ ବୋଲି ଚେତାବନୀ ଦେଇଥିଲେ । ଏପରିକି ସମସ୍ୟାର ସୁବିଚାର କରି ତୁରନ୍ତ ବକେୟା ପାରିଶ୍ରମିକ ପ୍ରଦାନ କରିବାକୁ କର୍ମଚାରୀମାନେ ଅନୁରୋଧ କରିଥିଲେ। କିନ୍ତୁ ୫ ତାରିଖ ହୋଇଥିଲେ ମଧ୍ୟ କୌଣସି ସମାଧାନ ହୋଇନପାରିବାରୁ ୪ ଗୋଟି ବନାଞ୍ଚଳ ଅଧୀନରେ କାଯ୍ୟରତ ଅସ୍ଥାୟୀ ବନକର୍ମଚାରି ମାନେ ସଭାପତି ପ୍ରଫୁଲ୍ଲ କୁମାର ସାହୁଙ୍କ ସଭାପତିତ୍ୱରେ ଏକ ଜରୁରୀ ବୈଠକ ମା ବାଟପନ୍ଥେଇଙ୍କ ପିଠ ପରିସରରେ ଏକ ବୈଠକ ଆୟୋଜନ କରିଥିଲେ । ବୈଠକରେ ୨୦୦ରୁ ଉର୍ଦ୍ଧ ଅସ୍ଥାୟୀ ବନ କର୍ମଚାରୀ ଯୋଗଦେଇ ଦାବି ପୂରଣ ନ ହେବା ପଯ୍ୟନ୍ତ ସମସ୍ତେ କାଯ୍ୟବନ୍ଦ କରି ଛୁଟିରେ ରହିବା ପାଇଁ ନିଷ୍ପତି ନେଇଥିଲେ । ତେବେ ଜଙ୍ଗଲ ପରିବେଶ ଓ ଜଳବାୟୁ ବିଭାଗ ତରଫରୁ ପ୍ରତି ବର୍ଷ କୋଟି କୋଟି ଟଙ୍କା ସରକାର ବ୍ୟୟ କରୁଥିବାବେଳେ ଅସ୍ଥାୟୀ ବନକର୍ମଚାରି ମାନେ ପ୍ରତିଦିନ ୨୪ ଘଣ୍ଟା ଜଙ୍ଗଲ ଓ ବନ୍ୟଜନ୍ତୁ ଙ୍କୁ ସୁରକ୍ଷା ଦେବାପାଇଁ କାଯ୍ୟ କରିଆସୁଥିଲେ ମଧ୍ୟ ସଠିକ ଭାବେ ସେମାନଙ୍କୁ ମାସିକ ପାରିଶ୍ରମିକ ମିଳିପାରୁନାହିଁ। ଆର୍ଥିକ ଅନାଟନ ଯୋଗୁଁ ପାରିବାରରେ ବିଶୃଙ୍ଖଳା ଦେଖାଦେଉଥିବା ବେଳେ ଅନ୍ୟପଟେ କାଯ୍ୟରୁ ବିରତି ନେଲେ ବିଭାଗୀୟ କର୍ମଚାରୀଙ୍କ ଛଟେଇ ଭୟ ଯୋଗୁଁ ମାନସିକ ଦୁଶ୍ଚିନ୍ତାରେ କାଳାତିପାତ କରୁଥିବା ଅନେକ କର୍ମଚାରୀ କହିଛନ୍ତି । ତେବେ ଅସ୍ଥାୟୀ ବନ କର୍ମଚାରୀମାନେ ଆଜିଠୁ ସମୂହ ଛୁଟିରେ ରହିବା ପରେ ଜଙ୍ଗଲ ଓ ବନ୍ୟଜନ୍ତୁ ସୁରକ୍ଷା ନେଇ ପରିବେଷବିତଙ୍କ ମହାଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି .।ସୂଚନା ମୁତାବକ ଏଇ ଅସ୍ଥାୟୀ ବନକର୍ମଚାରି ମାନେ ପୂର୍ବରୁ ବାରମ୍ବାର ବିଭାଗୀୟ ଉପରିସ୍ଥ ଅଧିକାରୀ ମାନଙ୍କୁ ଲିଖିତ ଭାବେ ଅବଗତ କରାଇଥିଲେ ମଧ୍ୟ ଶେଷରେ ନିରାଶ ହୋଇ କାଯ୍ୟବନ୍ଦ ଆନ୍ଦୋଳନକୁ ଉଲ୍ହାଇଛନ୍ତି ବୋଲି ସମ୍ପାଦକ କରୁଣାକର ବେହେରା କହିଛନ୍ତି ।ବିଭାଗୀୟ ଉଚ୍ଚ ପଦସ୍ଥ ପ୍ରଶାସନିକ ଅଧିକାରୀ ଏଇ ଅସ୍ଥାୟୀ ବନକର୍ମଚାରୀଙ୍କ ପାରିଶ୍ରମିକ ପ୍ରଦାନ ଓ ଜଙ୍ଗଲ, ବନ୍ୟଜନ୍ତୁଙ୍କ ସୁରକ୍ଷା ଦିଗରେ କି ପ୍ରକାର ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା ।