ବର୍ତ୍ତମାନ ସୁଦ୍ଧା ୪ ଲକ୍ଷ ହିତାଧିକାରୀଙ୍କ ପାଖରେ ପହଞ୍ଚିଲାଣି ଭତ୍ତା ରାଶି

ଭତ୍ତା ସମସ୍ୟାର  ସମାଧାନ ନେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସୂଚନା ଦେଇଛନ୍ତି।ବର୍ତ୍ତମାନ ସୁଦ୍ଧା ୪ ଲକ୍ଷ ହିତାଧିକାରୀଙ୍କ ପାଖକୁ ଭତ୍ତା ରାଶି ପହଞ୍ଚିଲାଣି। ଖୁବ ଶୀଘ୍ର ସମସ୍ତଙ୍କୁ ବକେୟା ଭତ୍ତା ରାଶି ମିଳିଯିବ। ଦେଶରେ ସବୁ ରାଜ୍ୟରେ ଏହି ସମସ୍ୟା ଥିଲା। ପୋର୍ଟାଲ ସମସ୍ୟା ପାଇଁ ଏପରି ଅସୁବିଧା ହୋଇଥିଲା । ଏବେ ସ୍ଥିତିର ସୁଧାର ଆସିଛି। ସୂଚନା ଥାଉକି, ରାଜ୍ୟରେ ବିଭିନ୍ନ ସ୍ଥାନରେ ଭତ୍ତା ସମସୟା ନେଇ ଉତ୍ତେଜନା ଲାଗି ରହିଥିଲା। ପୋର୍ଟାଲ ସମସ୍ୟା ପାଇଁ ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା ଆସୁନଥିଲା।