ବଳଙ୍ଗା ନାବାଳିକା ପୋଡି ଘଟଣା ରେ ପ୍ରଭାତି ଅପା ନିଖୋଜ ପୋଷ୍ଟର ମରାଯିବା ଘଟଣାକୁ ନେଇ ୪ ଗୋଟି ଥାନା ରେ ବିଜେପି ପକ୍ଷରୁ ଲିଖିତ ଅଭିଯୋଗ।

କୋଣାର୍କ:-25/07/2025ବଳଙ୍ଗା ନାଁ ବଳିକା ପୋଡ଼ି ଘଟଣା ୫ଦିନ ବିତିବା ପରେ ନିମାପଡ଼ା ନିର୍ବାଚନ ମଣ୍ଡଳୀ ର ବଳଙ୍ଗା, ନିମାପଡ଼ା, ଗୋପ ଚାରିଛକ ଅଞ୍ଚଳ ର କାନ୍ଥ, ବାଡ଼ ଓ ବ୍ରିଜ ରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ନିଖୋଜ କୁ ନେଇ ଲାଗିଥିଲା ପୋଷ୍ଟର। କିଏ ମାରିଲା ପୋଷ୍ଟର, କାହିଁକି ମାରିଲା ପୋଷ୍ଟର ୟାକୁ ନେଇ ନିମାପଡ଼ା ଅଞ୍ଚଳ ରେ ଏବେ ଚର୍ଚ୍ଚା ଜୋର ଧରିଛି। ପୋଷ୍ଟର ମରାକୁ ନେଇ ଗତକାଲି ସନ୍ଧ୍ୟାରେ ଭାରତୀୟ ଜନତା ପାଟି ପକ୍ଷରୁ ବଳଙ୍ଗା, ନିମାପଡ଼ା, ଗୋପ, ଚାରିଛକ ଥାନାରେ ରେ ଲିଖିତ ଅଭିଯୋଗ କରାଯାଇଛି। ଯାହାକି ଥାନା କୁ ଆସିଥିବା ବିଜେପି ନେତୃବୃନ୍ଦ କହିଛନ୍ତି ଯେ ବଳଙ୍ଗା ଘଟଣା ରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ପୀଡିତା ର ପରିବାର କୁ ନ୍ୟାୟ ଦେବାକୁ ଯାଇ ଉକ୍ତ ଘଟଣା ରେ ପୋଲିସ ର ସ୍ୱତନ୍ତ୍ର ଟିମ ଓ କ୍ରାଇମ ବ୍ରାଞ୍ଚ ତଦନ୍ତ କରିବା ଲାଗି କହିଥିବା ସହିତ ପୀଡିତା କୁ ଚିକିତ୍ସା ପାଇଁ ଦିଲ୍ଲୀ ଏମସ ପଠାଇବା ସହ ଦିଲ୍ଲୀରେ ଥିବା ବେଳେ ବିରୋଧୀ ଏପରି ପୋଷ୍ଟର ମାରିଥିବା କୁ ଆମ୍ଭେ ନିନ୍ଦା କରିବା ସହିତ ପୋଲିସ ତୁରନ୍ତ ଏଭଳି ସରକାର ବିରୋଧୀ କାର୍ଯ୍ୟ ଘଟାଇଥିବା ବ୍ୟକ୍ତି ଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି। ପ୍ରଭାତି ପରିଡା କେଉଁଆଡେ ଲୁଚି ନାହାଁନ୍ତି। କିଏ ଓ କାହିଁକି ମାନ୍ୟବର ଉପ ମୁଖ୍ୟମନ୍ତ୍ରୀଙ୍କ ନାମରେ ଏପରି ମିଥ୍ୟା ପଚାର କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି। ବିଜେପି କର୍ମୀ।କୋଣାର୍କ ରୁ ପ୍ରକାଶ କାଣ୍ଡି