ବାଇକ କୁ ପିଟିଲା ହାଇୱା ଗାଡ଼ି, ଘଟଣା ସ୍ଥଳରେ ଯୁବକ ମୃତ

ଚନ୍ଦାହାଣ୍ଡି – ତା ୦୬/୧୦ ( ନି:ପ୍ର ) ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଦଣ୍ଡାମୁଣ୍ଡା ଷ୍ଟାଡିଅମ ଠାରେ ଏକ ହାଇବା ଧକ୍କାରେ ଜଣେ ଯୁବକ ଙ୍କ ମୃତ୍ୟୁ ହୋଇଯାଇଛି l ମୃତ ଯୁବକ ଜଣକଙ୍କ ଦୁର୍ଘଟଣା ଜନିତ ମୃତ୍ୟୁ ଯୋଗୁଁ ସ୍ଥାନୀୟ ସିନାପାଲି, ଦଣ୍ଡାମୁଣ୍ଡା ସମେତ ଆଖପାଖ ଗାଁର ଉତ୍ୟକ୍ତ ଲୋକେ ରାସ୍ତାକୁ ଅବରୋଧ କରି ଦୁର୍ଘଟଣା ରେ ମରିଥିବା ବ୍ୟକ୍ତିର ଶଵ ଚିହ୍ନଟ ପରେ ତାଙ୍କର କ୍ଷତି ପୂରଣ ପରେ ରାସ୍ତାରୁ ହଟିବୁ ବୋଲି ଅଡ଼ି ବସିଥିବା ଦେଖିବାକୁ ମିଳୁଛି l ସୂଚନା ଅନୁଯାୟୀ ଆଜି ପ୍ରାୟ ୧୧ ବେଳେ ଦଣ୍ଡାମୁଣ୍ଡା ଆଡୁ ଆସୁଥିବା ଏକ OD 08AC 7712 ନମ୍ବର ବିଶିଷ୍ଟ ହାଇୱା ଗାଡ଼ି ସିନାପାଲି ଆଡୁ ଆସୁଥିବା ଏକ ୟମାହା OD 24 M 7113 ବାଇକ ବାଇକ କୁ ଜୋରରେ ଧକ୍କା ଦେବାରୁ ବାଇକ ଚାଳକ ଜଣକ ଘଟଣା ସ୍ଥଳରେ ହିଁ ମୃତ୍ୟୁ ବରଣ କରିଥିଲେ l ଦୁର୍ଘଟଣା ଟି ଏତେ ଭୟଙ୍କର ଥିଲା ଯେ ଚାଳକଙ୍କ ଡାହାଣ ଗୋଡ଼ର ଆଣ୍ଠୁ ତଳକୁ ସମ୍ପୂର୍ଣ୍ଣ ଭାଙ୍ଗି ଚୁରମାର ହୋଇଯାଇ ଥିବା ବେଳେ ମୁଣ୍ଡର ଖପୁରି ଉଠିଯାଇ ମସ୍ତିଷ୍କ ଛିଟିକି ପଡ଼ି ଛିନ୍ନଛତ୍ର ହୋଇଯାଇଥିବା ଦେଖିବାକୁ ମିଳିଥିଲା l ସ୍ଥାନୀୟ ଫଟାମୁଣ୍ଡା ଗାଁର ଜଣେ ବ୍ୟକ୍ତି ମୃତକ ଙ୍କୁ ନିଜ ସମ୍ପର୍କୀୟ ବୋଲି ଚିହ୍ନଟ କରିବା ପରେ ମୃତକ ଜଣକ ଝରିଗାଁ ଥାନା ଅନ୍ତର୍ଗତ କନ୍ଧ ଗୁଡା ଗାଁର କୈଳାସ ଭୋଇ ବୋଲି ଜଣା ପଡିଥିଲା l ତେବେ ହାଇୱା ଚାଳକ ଜଣକ ଦୁର୍ଘଟଣା ଘଟାଇବା ପରେ ଘଟଣା ସ୍ଥଳରୁ ଚମ୍ପଟ ମାରି ଥିବା ବେଳେ ଚାଳକ କୁ ଗିରଫ ଓ ଓ ପରିବାର କୁ କ୍ଷତି ପୂରଣ ଦାବିରେ ଲୋକେ ରାସ୍ତା ଅବରୋଧ କରିଥିବା ଦେଖିବାକୁ ମିଳିଥିଲା l ତେବେ ଦୁର୍ଘଟଣା ରେ ମୃତ ଯୁବକଙ୍କ ଶରୀର କୁ ଚନ୍ଦାହାଣ୍ଡି ପୋଲିସ ଓ ଅଗ୍ନିଶମ ବିଭାଗ ଶଵ ଚିହ୍ନଟ ପ୍ରକ୍ରିୟା ନ ସରୁଣୁ ତରବରିଆ ଭାବେ ଉଠାଇ ନେଇଯାଉଥିବା ବେଳେ ଉପସ୍ଥିତ ଲୋକେ ଏହାକୁ ବିରୋଧ କରି ଥାନାଧିକାରୀ ବିମଳ ଲାକ୍ରାଙ୍କ ସହ ଯୁକ୍ତିତର୍କ ହୋଇଥିବା ଦେଖିବାକୁ ମିଳିଥିଲା l ଖବର ଲେଖା ନ ସରୁଣୁ ଘଟଣା ସ୍ଥଳରେ କୌଣସି ପ୍ରଶାସନିକ ଅଧିକାରୀ ପହଞ୍ଚି ନଥିଲେ l ତେବେ ମନଇଚ୍ଛା ବେପରୁଆ ଗାଡ଼ି ଚାଳନା ଉପରେ ସାଧାରଣ ଜନତା ପ୍ରଶ୍ନ ଉଠାଇ ପ୍ରଶାସନ ଏ ଦିଗରେ ଅନଭିଜ୍ଞ ଗାଡ଼ି ଚାଳକ ଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ଦାବୀ କରିଛନ୍ତି l