ବାଘୁଣୀ ‘ଜିନ୍ନତ’ ପ୍ରେମରେ ପାଗଳ ମହାବଳ, ଦୁଇ ରାଜ୍ୟ ଡେଇଁ ଆସିଛି ଶିମିଳିପାଳ

ପ୍ରାୟ ଦେଢ ହଜାର କିମି ଅତିକ୍ରମ କରି ଏକ ଯୁବ ମହାବଳ ବାଘ ଶିମିଳିପାଳ ଜଙ୍ଗଲକୁ ଆସିଛି । ଶିମିଳିପାଳ ଘଞ୍ଚ ଜଙ୍ଗଲରେ ୫ ମାସ ହେଲା ଘୂରି ବୁଲୁଛି । ଖୋଜୁଛି ନିଜ ପ୍ରେମିକା ବାଘୁଣୀ ‘ଜିନ୍ନତ’କୁ ।ପ୍ରାୟ ଦେଢ ହଜାର କିମି ଅତିକ୍ରମ କରି ଏକ ଯୁବ ମହାବଳ ବାଘ ଶିମିଳିପାଳ ଜଙ୍ଗଲକୁ ଆସିଛି । ଶିମିଳିପାଳ ଘଞ୍ଚ ଜଙ୍ଗଲରେ ୫ ମାସ ହେଲା ଘୂରି ବୁଲୁଛି । ଖୋଜୁଛି ନିଜ ପ୍ରେମିକା ବାଘୁଣୀ ‘ଜିନ୍ନତ’କୁ ।ବାଘଟି ୫ ମାସ ଭିତରେ ଶିମିଳିପାଳ (ଉତ୍ତର)ର ଘଞ୍ଚ ଜଙ୍ଗଲକୁ ନିଜ ବାସସ୍ଥାନ ବୋଲି ବାଛି ସାରିଲାଣି ।ଏହି ହୃଷ୍ଟପୁଷ୍ଟ ମହାବଳଟି ମହାରାଷ୍ଟ୍ରର ତଡ଼ଭା-ଅନ୍ଧାରୀ ବ୍ୟାଘ୍ର ପ୍ରକଳ୍ପର । ସେଠାରେ ରହୁଥିବା ବାଘୁଣୀ ‘ଜିନ୍ନତ’ ପ୍ରେମରେ ବାଉଳା ହୋଇ ଏଠାକୁ ଆସିଥାଇପାରେ । ୨୦୨୪ ମସିହା ନଭେମ୍ବରରେ ମହାରାଷ୍ଟ୍ର ତଡ଼ଭା-ଅନ୍ଧାରୀ ପ୍ରକଳ୍ପରୁ ୩ ବର୍ଷୀୟା ବାଘୁଣୀ ଜିନ୍ନତକୁ ଶିମିଳିପାଳକୁ ଅଣାଯାଇଥିଲା । ଜିନ୍ନତ ପ୍ରଥମେ ନିଜକୁ ଖାପଖୁଆଇ ପାରିଲାନି । ସୁବର୍ଣ୍ଣରେଖା ନଦୀ ପହଁରି ଝାଡ଼ଖଣ୍ଡ ମୁହାଁ ହେଲା । ଦୀର୍ଘ ମାସେ ଧରି ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ଜଙ୍ଗଲରେ ବୁଲିଲା । ବହୁ କଷ୍ଟରେ ଟ୍ରାଙ୍କୁଲାଇଜ୍ ପରେ ଜିନ୍ନତକୁ ଓଡିଶା ଅଣାଗଲା । ଗତବର୍ଷ ଏପ୍ରିଲ ମାସରେ ଯମୁନାଗଡ଼ସ୍ଥିତ ସ୍ୱତନ୍ତ୍ର ଏନ୍‌କ୍ଲୋଜରରୁ ମୁକୁଳିଛି ଜିନ୍ନତ । ଏବେ ଶିମିଳିପାଳର ଗୁଡୁଗୁଡିଆ ଜଙ୍ଗଲରେ ଘୂରି ବୁଲୁଛି ।