ବାଜା ବାଣ ରୋଷଣୀରେ କୁଜଙ୍ଗ ସାର୍ବଜନୀନ ଦୁର୍ଗାପୂଜା ପାଇଁ ମାଟି ଅନୁକୂଳ
କୁଜଙ୍ଗ ତ 5/9/26 ପ୍ରତିବର୍ଷ ପରି ଚଳିତ ବର୍ଷ ପବିତ୍ର ନନ୍ଦୋତ୍ସବ ଅବସରରେ ଜଗତଜନନୀ ମା’ ଦୁର୍ଗାଦେବୀଙ୍କ ମୂର୍ତ୍ତି ନିର୍ମାଣ ପାଇଁ ମାଟି ଅନୁକୂଳ କରାଯାଇଛି। ଆଜି ସାର୍ବଜନୀନ ଦୁର୍ଗାପୂଜା କମିଟି ପକ୍ଷରୁ କୁଜଙ୍ଗ ସ୍ଥିତ ଶନି ମନ୍ଦିର ନିକଟସ୍ଥ ମହାନଦୀ ଘାଟରୁ ପୂଜାର୍ଚନା ପୂର୍ବକ ମାଟି ଅନୁକୂଳ କରାଯାଇଥିଲା। ବାଜା ବାଣ ରୋଷଣୀ ସହ କମିଟିର ସଦସ୍ୟମାନେ ମାଟି ଆଣି ବଜ୍ର ମହାକାଳୀ ମନ୍ଦିରରେ ପହଞ୍ଚିବା ପରେ ପୂଜକ ହରେକୃଷ୍ଣ ତ୍ରିପାଠୀ ଏବଂ କିଶୋର ତ୍ରିପାଠୀ ହୋମଯଜ୍ଞ କରି ମାଟିକୁ ଶୁଦ୍ଧ ପୂତ କରିଥିଲେ। ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସଭ୍ୟ ଭ୍ରମରବର ପରିଡ଼ା, ରାଜୀବ ବସନ୍ତିଆ, ରବୀନ୍ଦ୍ର ଦାସ, ଦିଲ୍ଲୀପ କୁମାର ଦାସ, ଜୀବାନନ୍ଦ ଅଧିକାରୀ, ବିଚିତ୍ରାନନ୍ଦ ପ୍ରଧାନ, ରବୀନ୍ଦ୍ର ନାଥ, ବିପିନ ମହାରଣା, ଚରଣ ସାହୁ, ତୁଷାରକାନ୍ତ ଦାସ, ପଙ୍କଜ ପରିଡ଼ା, ତୀର୍ଥସାରଥି ମହାନ୍ତି, ଅକ୍ଷୟ ବିଶ୍ୱାଳ, ନାରାୟଣ ପରିଡ଼ାଙ୍କ ସମେତ କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। କୁଜଙ୍ଗ ରୁ ବାବୁଲି ଚନ୍ଦ୍ର ଦାସ ଙ୍କ ରିପୋର୍ଟ୍ hrtv ଓଡିଆ