ବିଜେପିର ସଂଗଠନ ଅଭିଯାନ, ଡିସେମ୍ବର ୧ରୁ ପ୍ରବାସରେ ଯିବେ ମନ୍ତ୍ରୀ ଓ ବିଧାୟକ
ବିଜେପିର ସଂଗଠନ ଅଭିଯାନ। ଡିସେମ୍ବର ୧ରୁ ପ୍ରବାସରେ ଯିବେ ମନ୍ତ୍ରୀ ଓ ବିଧାୟକ ।ସମସ୍ତ ବିଧାୟକ, ମନ୍ତ୍ରୀ ଏଥିରେ ସାମିଲ ହେବେ । ଯେଉଁ ବିଧାୟକଙ୍କୁ ଯେଉଁ ନିର୍ବାଚନମଣ୍ଡଳୀ ଦାୟିତ୍ୱ ଦିଆଯିବ, ସେ ସେଠାକୁ ଯାଇ ସାଂଗଠନିକ ସ୍ଥିତି ଏବଂ ଲୋକଙ୍କ କଥା ବୁଝିବେ । ସେଠାରୁ ଫେରି ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେବେ । ଶୁକ୍ରବାର ବିଧାନସଭା ସରିବା ପରେ ବିଳମ୍ବିତ ରାତିରେ ମୁଖ୍ୟମନ୍ତ୍ରୀ ନିବାସରେ ବସିଥିବା ବଡ଼ ବୈଠକରେ ଏଭଳି ନିଷ୍ପତ୍ତି ହୋଇଥିବା ଦଳୀୟ ସୂତ୍ରରୁ ସୂଚନା ମିଳିଛି ।ବୈଠକରୁ ବାହାରି କିଛି ବିଧାୟକ, ମନ୍ତ୍ରୀ ସୂଚନା ଦେଇଛନ୍ତି, ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ ଆସୁଥିବାରୁ ବିଜେପି ପ୍ରତି ନିର୍ବାଚନମଣ୍ଡଳୀରେ ନିଜର ସଂଗଠନକୁ ମଜବୁତ କରିବ । ଯାହା ବି ଦୋଷ ତ୍ରୁଟି ଥିବ, ତାହାର ତତ୍କାଳ ସଂଶୋଧନ କରାଯିବ ।ସରକାର ଓ ସଂଗଠନ ମଧ୍ୟରେ ସମନ୍ୱୟ ବୃଦ୍ଧି, ତୃଣମୂଳ ସ୍ତରରେ ଦଳୀୟ ସଂଗଠନକୁ ସୁଦୃଢ଼ କରିବା ଏବଂ ଜନସମ୍ପର୍କ ବଢ଼ାଇବା ଉପରେ ଏହି ଅଭିଯାନରେ ଗୁରୁତ୍ୱ ରହିବ ।ଡିସେମ୍ବର ୧ରୁ ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ପ୍ରବାସ କାର୍ଯ୍ୟକ୍ରମ।