ତାମିଲନାଡ଼ୁ ଦୀପମ୍ ପ୍ରଜ୍ୱଳନ ବିବାଦ, ଆଜି ଜଳିବ ଦୀପ

ତାମିଲନାଡୁରେ ଦୀପ ପ୍ରଜ୍ୱଳନକୁ ନେଇ ବଢ଼ିଲା ବିବାଦ । ରାଜ୍ୟ ସରକାର ଓ ପ୍ରଶାସନକୁ କଡ଼ା ଭର୍ତ୍ସନା କରିଛନ୍ତି ସୁପ୍ରିମକୋର୍ଟ । ଆଜି  ଥିରୁପରଙ୍କୁନ୍ଦ୍ରମର ଦୀପଥୁନ୍‌ରେ କାର୍ତ୍ତିଗାଇ ଦୀପମ୍‌ ଜାଳିବାକୁ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି ।ପୂର୍ବ ନିର୍ଦ୍ଦେଶ ପାଳନ ହୋଇନଥିବାରୁ ତାମିଲନାଡୁ ସରକାର ଓ ମନ୍ଦିର କର୍ତ୍ତୃପକ୍ଷଙ୍କ ଉପରେ ସର୍ବୋଚ୍ଚ ଅଦାଲତ କ୍ଷୁବ୍ଧ ହୋଇଛନ୍ତି । ସୁବ୍ରମଣ୍ୟ ସ୍ୱାମୀ ମନ୍ଦିରର ଟ୍ରଷ୍ଟି ବୋର୍ଡକୁ ନିଲମ୍ବିତ କରିବା ସହ ଦୁଇ ଅବସରପ୍ରାପ୍ତ ବିଚାରପତିଙ୍କୁ ମନ୍ଦିର ପରିଚାଳନା ଦାୟିତ୍ୱ ଦେଇଛନ୍ତି ସୁପ୍ରିମକୋର୍ଟ । ମୁଖ୍ୟ ଶାସନ ସଚିବ, ଡିଜିପି ଓ ମଦୁରାଇ ଜିଲ୍ଲାପାଳଙ୍କ ସମେତ ବରିଷ୍ଠ ଅଧିକାରୀଙ୍କୁ ଅଦାଲତ ଅବମାନନା ନୋଟିସ୍ ଜାରି କରାଯାଇଛି ।ସେପଟେ ଦର୍ଗାଠାରୁ ଅତି କମ୍‌ରେ ୫୦ ମିଟର ଦୂରରେ ରହି ଭକ୍ତମାନେ ଦୀପ ଜାଳିପାରିବେ ବୋଲି କୋର୍ଟ ଅନୁମତି ଦେଇଥିବା ବେଳେ, ଦର୍ଗାର ସୁରକ୍ଷା ଦାୟିତ୍ୱ ସିଆରପିଏଫକୁ ଦିଆଯାଇଛି । ଏବେ ଆଜି ଦୀପ ଜଳୁଛି କି ନାହିଁ, ତାହା ଉପରେ ସମସ୍ତଙ୍କ ନଜର ରହିଛି ।