ମହିଳା ସଂରକ୍ଷଣ ଉପରେ ସବୁ ବାଧା ଦୂର କରିବୁ: ମୋଦି

ସଂସଦର ସ୍ୱତନ୍ତ୍ର ଅଧିବେଶନର ପୂର୍ବରୁ ଦେଲେ ବଡ ବାର୍ତ୍ତା । ନାରୀଶକ୍ତି ସଶକ୍ତିକରଣ ନେଇ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବୁ । ଆମକୁ ଏ କ୍ଷେତ୍ରରେ କେହି ଅଟକାଇପାରିବେ ନାହିଁ । ଦେଶର ଶହେ ପ୍ରତିଶତ ନାରୀଙ୍କ ଆଶୀର୍ବାଦ ଆମ ଉପରେ ରହିଛି ।ପିଏମ ମୋଦୀ ଏହା ମଧ୍ୟ କହିଛନ୍ତି, ମହିଳା ସଂରକ୍ଷଣ ପାଇଁ ଲଢେଇ ଦଶନ୍ଧି ଦଶନ୍ଧି ଧରି ଚାଲି ଆସିଛି। ସେ ମଧ୍ୟ ଏହି ଦିଗରେ ପ୍ରୟାସ କରୁଛନ୍ତି। ମହିଳାମାନେ ଲଗାତାର ଏହି ପ୍ରସଙ୍ଗ ଉଠାଇ ଆସିଛନ୍ତି ଏବଂ ଚିଠି ଲେଖି ନିଜର ବ୍ୟଥା ବର୍ଣ୍ଣନା କରିଛନ୍ତି।ମହିଳାଙ୍କୁ ସଂସଦ ଓ ବିଧାନସଭାରେ ୩୩ ପ୍ରତିଶତ ସଂରକ୍ଷଣ ଦେବା ପାଇଁ ସଂସଦରେ ୨୦୨୩ ଡିସେମ୍ବରରେ ନାରୀ ଶକ୍ତି ବନ୍ଦନ ଅଧିନିୟମ ଗୃହୀତ ହୋଇଥିଲା। ଏହି ଆଇନରେ ଲୋକସଭା ଓ ରାଜ୍ୟସଭାରେ ମହିଳାଙ୍କ ଏକ ତୃତୀୟାଂଶ ସିଟ୍ ସଂରକ୍ଷଣ ପ୍ରାବଧାନ ଥିଲା। କିନ୍ତୁ ଆଇନ ଗୃହୀତ ହେବା ପରେ ବି ଏହାକୁ ଲାଗୁ କରାଯାଇ ନ ଥିଲା। ପରେ ସରକାର ପରବର୍ତ୍ତୀ ଜନଗଣନାର ତଥ୍ୟ ଓ ପୁନଃ ସୀମା ନିର୍ଦ୍ଧାରଣକୁ ଯୋଡ଼ା ଯାଇଥିଲା। ସରକାର ଲକ୍ଷ୍ୟ ରଖିଛନ୍ତି ଯେ, ୨୦୨୯ ଲୋକସଭା ନିର୍ବାଚନ ପୂର୍ବରୁ ସୀମା ପୁନଃନିର୍ଦ୍ଧାରଣ ବିଧେୟକ ଗୃହୀତ କରାଇ ଲାଗୁ କରିବା।