ସୀମା ପୁନଃନିର୍ଦ୍ଧାରଣ ସଂଶୋଧନ ବିଲ୍ କୁ DMKର ସମର୍ଥନ
ସୀମା ପୁନଃନିର୍ଦ୍ଧାରଣ ସଂଶୋଧନ ବିଲ୍ ସମର୍ଥନରେ DMK । ସଂସଦରେ ଭୋଟିଂ ବେଳେ ସମର୍ଥନ କରିବ ଦଳ । ଏନେଇ ଘୋଷଣା କରିଛନ୍ତି ତାମିଲନାଡ଼ୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଏମଏକ ଷ୍ଟାଲିନ୍ ।ତେବେ ବିଲ୍କୁ ସମର୍ଥନ କରିବା ସହ ରାଜ୍ୟର ଲୋକସଭା ଆସନ ସଂଖ୍ୟା ଅକ୍ଷୁଣ୍ଣ ରଖିବା ଉପରେ ଦଳ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିଛି ।ନଭେମ୍ବର ୩୦ରୁ ଆରମ୍ଭ ହେବାକୁ ଥିବା ସଂସଦର ସ୍ୱତନ୍ତ୍ର ଅଧିବେଶନ ପୂର୍ବରୁ ଶନିବାର ଷ୍ଟାଲିନଙ୍କ ଅଧ୍ୟକ୍ଷତାରେ ଡିଏମ୍କେ ସାଂସଦମାନଙ୍କର ବୈଠକ ବସିଥିଲା । ଏହି ବୈଠକରେ ସଂଶୋଧିତ ବିଲ୍କୁ ସମର୍ଥନ କରିବା ପାଇଁ ନିଷ୍ପତ୍ତି ହୋଇଛି । ଦଳର କହିବା ଅନୁସାରେ, ପୂର୍ବରୁ ଉଠାଯାଇଥିବା ଦୁଇଟି ପ୍ରମୁଖ ଦାବିକୁ ନୂଆ ପ୍ରସ୍ତାବରେ ସ୍ଥାନ ମିଳିଛି।