ବିଧିବଦ୍ଧ ଭାବେ କାର୍ଯ୍ୟରେ ଯୋଗ ଦେଲେ ନୂଆ ବିଏମ୍‌ସି କମିଶନର ଚଞ୍ଚଳ ରାଣା

ବିଧିବଦ୍ଧ ଭାବେ କାର୍ଯ୍ୟରେ ଯୋଗ ଦେଲେ ନୂଆ ବିଏମ୍‌ସି କମିଶନର ଚଞ୍ଚଳ ରାଣା । ସପ୍ତଦଶ ବିଏମ୍‌ସି କମିଶନର ଭାବେ ଦାୟିତ୍ବ ନେଇଛନ୍ତି ଚଞ୍ଚଳ ରାଣା । ବିଏମସିର ଭାରପ୍ରାପ୍ତ କମିଶନର ରତ୍ନାକର ସାହୁ ତାଙ୍କୁ ଦାୟିତ୍ବତ୍ୱ ହସ୍ତାନ୍ତର କରିବା ପରେ କାର୍ଯ୍ୟ ଆରମ୍ଭ କରିଛନ୍ତି ନୂଆ କମିଶନର ।ଅନ୍ୟପଟେ ବିଏମସି କମିଶନର ଭାବେ ଦାୟିତ୍ଵ ଗ୍ରହଣ କରିବା ପରେ ପ୍ରତିକ୍ରିୟା ରଖିଛନ୍ତି ଚଞ୍ଚଲ ରାଣା । ସମସ୍ତଙ୍କୁ ନେଇ କାର୍ଯ୍ୟ କରିବୁ ବୋଲି କହିଛନ୍ତି । ସମସ୍ତ କର୍ମଚାରୀଙ୍କ ଠାରୁ ଆରମ୍ଭ କରି ସାଧାରଣ ଜନତା ତଥା ସମସ୍ତ ଷ୍ଟେକହୋଲ୍ଡର ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ । ସମସ୍ତଙ୍କ ସୁରକ୍ଷାକୁ ମଧ୍ୟ ଅଗ୍ରାଧିକାର ଦିଆଯିବ । ଆଗକୁ ସମସ୍ତ କାର୍ଯ୍ୟର ରିଭ୍ୟୁ କରିବି । ଉଚିତ କାର୍ଯ୍ୟପନ୍ଥା ଗ୍ରହଣ କରିବି ବୋଲି କହିଛନ୍ତି ଚଞ୍ଚଲ ରାଣା। ତେବେ କାର୍ଯ୍ୟରେ ଯୋଗ ଦେବା ପରେ ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବଙ୍କ ସହ ଭିଡିଓ କନଫରେନସିଂରେ କଥା ହେବା ସହ ବିଏମସିର ସମସ୍ତ ଅଧିକାରୀଙ୍କ ସହ ବୈଠକ କରିଛନ୍ତି । ପୂର୍ବରୁ ପୁରୀ ଓ ଖୋର୍ଦ୍ଧା ଜିଲ୍ଲାପାଳ ଭାବେ ଦାୟିତ୍ବରେ ଥିଲେ ଚଞ୍ଚଳ ରାଣା ।