ବିଶ୍ଵ ଆଦିବାସୀ ଦିବସ ପାଳନ ଅବସରରେ ଆଦିବାସୀଙ୍କୁ ଉତ୍ସାହିତ କଲା ମୂଳନିବାସୀ ଅନୁସୂଚିତ ଜାତି ସଂଘ, ଚନ୍ଦାହାଣ୍ଡି

ସ୍ଥାନ- ଚନ୍ଦାହାଣ୍ଡିତା – 09.08.2025ରିପୋର୍ଟ- ପୀତାମ୍ବର ସୋରୀ ଆଜି ସମଗ୍ର ବିଶ୍ୱରେ ଜନଜାତି ସମ୍ପ୍ରଦାୟର ଲୋକେ ବିଶ୍ଵ ଆଦିବାସୀ ଦିବସ ପାଳନ କରୁଥିବା ବେଳେ, ଏକ ନିବିଡ଼ ଭାବ ବନ୍ଧନରେ ଆବଦ୍ଧ ହୋଇ ସଙ୍ଗଠିତ ହୋଇ ଚଳି ଆସୁଥିବା ସାମାଜିକ ସଂଗଠନ ମୂଳନିବାସୀ ଅନୁସୂଚିତ ଜାତି ସଂଘ, ଚନ୍ଦାହାଣ୍ଡି ବ୍ଲକ ତରଫରୁ ଚନ୍ଦାହାଣ୍ଡି ବ୍ଲକ ର ସମସ୍ତ ଜନଜାତି ସମ୍ପ୍ରଦାୟର ଭାଇଭଉଣୀ ମାନଙ୍କୁ ଅତି ଶ୍ରଦ୍ଧାର ସହ ଅଭିବାଦନ ଜଣାଇବା ସହ ବିଶ୍ଵ ଆଦିବାସୀ ଦିବସ ଅବସରରେ ହାର୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇ ଥିବା ଦେଖିବାକୁ ମିଳିଛି l ଜିଲ୍ଲା ସ୍ତରୀୟ ବିଶ୍ଵ ଆଦିବାସୀ ଦିବସ ଆଜି ଝରିଗାଁ ଠାରେ ପାଳନ ହେବାକୁ ଯାଉଥିବାବେଳେ ଆଜି ଚନ୍ଦାହାଣ୍ଡି ବ୍ଲକ୍ ଅନ୍ତର୍ଗତ ସମସ୍ତ ଗ୍ରାମର ଆାଦିବାସୀ ଭାଇ ଓ ଭଉଣୀମାନଙ୍କୁ ମୂଳନିବାସୀ ଅନୁସୂଚିତ ଜାତି ସଂଘ ଚନ୍ଦାହାଣ୍ଡି ବ୍ଲକ ତରଫରୁ ସଂଘର କର୍ମକର୍ତ୍ତା ପୀତାମ୍ବର ସୋରୀ , ଭୀମସେନ ଡଙ୍ଗରୀ, ସନ୍ତୋଷ କୁମାର ଟାକ୍ରୀ, ବିଜୟ ନାଗ, ମୋହନ ଲାଲ ସୁନାନୀ,ନୀଳକଣ୍ଠ ମରେଇ ,ଉମେଶ ନାଗ ,ହେମନ୍ତ ଖମାରୀ ,ପବନ ନାଗ ,ଯଶୋବନ୍ତ ମରେଇ ,ମହେନ୍ଦ୍ର ଜଗତ , ଗୁପ୍ତେଶ୍ଵର ନାଗ ,ଛବିଲାଲ ନାଗ ପ୍ରମୂଖ ଆଜି ଆଦିବାସୀ ଦିବସ କାର୍ଯ୍ୟକ୍ରମ ରେ ଯୋଗଦେବାକୁ ଯାଉଥିବା ଆଦିବାସୀ ସମ୍ପ୍ରଦାୟର ଭାଇଭଉଣୀ ମାନଙ୍କୁ ଦେଓବନ୍ଧ ଛକ ନିକଟରେ ଏକ ମେଳି ହୋଇ ଜୟଭୀମ, ଜୟ ବିର୍ଶା, ମୂଳନିବାସୀ ଏକତା ଜିନ୍ଦାବାଦ, ଆଦିବାସୀ ଏକତା ଜିନ୍ଦାବାଦ ର ନାରା ଦେଇ ଆଦିବାସୀ ଦିବସ ପାଳନ ସମାବେଶ କୁ ଯିବା ବେଳେ ଉତ୍ସାହିତ କରିବା ଦେଖିବାକୁ ମିଳିଥିଲା l ତେବେ ଆଜି ସମଗ୍ର ବିଶ୍ୱରେ ଆାଦିବାସୀ ସମ୍ପ୍ରଦାୟର ଲୋକମାନେ ଆାଦିବାସୀ ଦିବସ ପାଳନ କରିବାକୁ ଯାଉଥିବା ବେଳେ ମୂଳନିବାସୀ ଅନୁସୂଚିତ ଜାତି ସଂଘର ଏଭଳି ଅଭିବାଦନ ଜ୍ଞାପନ ଓ ଉତ୍ସାହ ପ୍ରଦାନ କରିବା ଭାଇଚାରା ସ୍ରୁଷ୍ଟି ର କାର୍ଯ୍ୟକ୍ରମ କୁ ଆଦିବାସୀ ଗୋଷ୍ଠୀ ଗ୍ରହଣ କରି ଆନନ୍ଦ ଅନୁଭବ କରୁଥିବା ଦେଖିବାକୁ ମିଳିଥିଲା l ତେବେ ଚନ୍ଦାହାଣ୍ଡି ଅଞ୍ଚଳରେ ଇତିପୂର୍ବରୁ ଅନୁସୂଚିତ ଜାତି ଓ ଜନଜାତି ସଂଘ ସମ୍ମିଳିତ ହୋଇ ନିଜର ସାମୁହିକ ଏକତା ର ପରିଚୟ ସ୍ରୁଷ୍ଟି କରି ସଙ୍ଗଠିତ ହୋଇ ହକ୍ ଓ ଅଧିକାର ର ଲଢ଼େଇ କରିବା ଦେଖିବାକୁ ମିଳିଥିଲା ତେବେ ଆଜି ଦୁଇ ସଂଗଠନର ଆନ୍ତରିକତା ର ଦୃଶ୍ୟ ଆଗକୁ ସମ୍ମିଳିତ ହୋଇ ହକ୍ ଓ ଅଧିକାର ପାଇଁ ଲଢିବା ପାଇଁ ଅଗ୍ରସର ହେବାର ସମ୍ଭାବନା ବଢ଼ୁଥିବା ଦେଖିବାକୁ ମିଳି ଥିବା ବେଳେ ଏସ୍ ସି ଏସ୍ ଟି ସଂଗଠନକୁ ଆହୁରି ଦୃଢ଼ କରିବା ପାଇଁ ସଂଗଠନ ଜାରି ରହିବ ବୋଲି ଅନୁସୂଚିତ ଜାତି ର କର୍ମକର୍ତ୍ତା ମାନେ ନିଜ ନିଜ ପ୍ରତିକ୍ରିୟା ପ୍ରକାଶ କରିଥିଲେ l