ବେଠିଆସାହିରେ ସାମାଜିକ ନାଟକ “ସେଇ ଗୋଟିଏ ଭୁଲ ପାଇଁ “ଦର୍ଶକଙ୍କ ମନମୋହିଲା
ଗଣିଆ =( ବିଶ୍ୱରଞ୍ଜନ ସେଠି )ଗ୍ରାମାଞ୍ଚଳରେ ନାଟକ ପରିବେଷଣର ଏକ ସ୍ୱତନ୍ତ୍ର ପରମ୍ପରା ରହିଛି ଏବଂ ଏହା ଆଜି ବି ଲୋକଙ୍କୁ ବାନ୍ଧି ରଖିବାରେ ସଫଳ ହେଉଛି।ମହାପ୍ରଭୁଙ୍କ ଘୋଷଯାତ୍ରା ଉପଲକ୍ଷେ ବେଠିଆସାହିରେ ମଞ୍ଚସ୍ଥ ହୋଇଥିବା ସାମାଜିକ ନାଟକ ‘ସେଇ ଗୋଟିଏ ଭୁଲ ପାଇଁ’ ଦର୍ଶକଙ୍କ ମନ ମୋହିଥିଲା। ନାଟକ ଦେଖିବା ପାଇଁ ଶତାଧିକ ଦର୍ଶକ ଉପସ୍ଥିତ ହୋଇ ନାଟକର ମଜା ଉଠାଇଥିଲେ ।: ଏହି ନାଟକର ଶୀର୍ଷକରୁ ହିଁ ସ୍ପଷ୍ଟ ଜଣାପଡ଼ୁଛି ଯେ ଏହା ସାଧାରଣ ଜୀବନରେ ଘଟୁଥିବା କୌଣସି ଏକ ବଡ଼ ଭୁଲ୍ ଏବଂ ତା’ର ପରିଣାମ ଉପରେ ଆଧାରିତ। ଏଭଳି କାହାଣୀ ସହ ଲୋକମାନେ ନିଜକୁ ଭୁଲ ରୁ ସୁଧୁରିବ ପାଇଁ ଏକ ଅଭିନଵ ପ୍ରୟାସ କରିଛନ୍ତି ସ୍ଥାନୀୟ କଳାକାର ।

ସ୍ଥାନୀୟ କଳାକାର ଓ ଆମନ୍ତ୍ରିତ କଳାକାର, ସେମାନଙ୍କର ଭାବପୂର୍ଣ୍ଣ ଅଭିନୟ ଓ ସଂଳାପ କହିବାର ଶୈଳୀ ଦର୍ଶକଙ୍କୁ ଶେଷ ପର୍ଯ୍ୟନ୍ତ ବାନ୍ଧି ରଖିଥିଲା । ଏଇ କାଯ୍ୟକ୍ରମରେ ମୁଖ୍ୟ ଅତିଥି ଛାମୁଣ୍ଡିଆ ବନାଞ୍ଚଳ ଅଧିକାରୀ ପ୍ରଦୀପ କୁମାର ଭୁର୍ତ୍ତିଆ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବନପାଳ ଦୀପକ କୁମାର ମିଶ୍ର, ବନରକ୍ଷୀ ସୌମ୍ୟ ସ୍ୱାଇଁ, ଗ୍ରାମ ସଭାପତି ଶ୍ୟାମଘନ ପଲେଇ, ବିଶ୍ୱନାଥ ତରେଇ, ରବୀନ୍ଦ୍ର ମହାଳିକ, ଗଣେଶ୍ୱର ସାହୁ, ବିରେନ ରଣା, ସୁମନ୍ତ ଦାଶ, ବ୍ରଜବନ୍ଧୁ ସାମଲ, ଶ୍ରୀ ଗୁଣ୍ଡିଚା ଯାତ୍ରା କମିଟି ର ସଭାପତି ଉଲ୍ଲାସ ନାୟକ, ସମ୍ପାଦକ ବିଜୟାନନ୍ଦ ତରେଇ, କୋଷାଧ୍ୟକ୍ଷ ସନ୍ତୋଷ କୁମାର ସାହୁ, ପରିଚାଳକ ପ୍ରଭାକର ନାୟକ, ଉପ ସଭାପତି ସୁରେଶ ସାହୁ ଉପସ୍ଥିତ ଥିଲେ । ନାଟକର ରଚନା ଓ ନିର୍ଦେଶକ ସର୍ବଶ୍ୱର ଦାସ ଆକର୍ଷଣୀୟ ନିର୍ଦ୍ଦେଶନାରେ ସାମାଜିକ ନାଟକରେ କାନ୍ଦ-ସୁଖ, ରାଗ-ଅଭିମାନରେ ରାତି ତମାମ ଦର୍ଶକ ବାନ୍ଧିହୋଇ ରହିଥିଲେ । ଏହା କେବଳ ମନୋରଞ୍ଜନ ନୁହେଁ, ବରଂ ସମାଜକୁ ଏକ ସୁନ୍ଦର ଶିକ୍ଷା ଦେବାରେ ମଧ୍ୟ ସଫଳ ପ୍ରୟାସ କରିଛନ୍ତି ବେଠିଆସାହି ଗ୍ରାମବାସିମାନେ ।