ଭିଜିଲାନ୍ସ ଜାଲରେ ତହସିଲ ଅଫିସ ଅମିନ
ଭିଜିଲାନ୍ସ ଜାଲରେ ତହସିଲ ଅଫିସ ଅମିନ । ୧୫ ହଜାର ଟଙ୍କା ନେବା ବେଳେ ଧରାପଡିଲେ ବଙ୍ଗୋମୁଣ୍ଡା ତହସିଲ ଅମିନ ନିର୍ମଳେନ୍ଦୁ କବି। ପାର୍ଟିସନ ସୁଟ୍ କେସ ବାବଦକୁ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଓଡ଼ିଶା ଭିଜିଲାନ୍ସ ଗିରଫ କରିଛି। ଭାଲୁମୁଣ୍ଡାର ହରେକୃଷ୍ଣ ମେହେର ନାମକ ଜଣେ ବ୍ୟକ୍ତି ନିଜ ଜମିର ପାର୍ଟିସନ ପାଇଁ ଆସିଥିଲେ । ଅମିନ ବିଭିନ୍ନ ସମୟରେ ଲାଞ୍ଚ ମାଗୁଥିବାରୁ ସେ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । ପୂର୍ବ ଯୋଜନା ଅନୁସାରେ ଟଙ୍କା ନେଉଥିବା ସମୟରେ କାବୁ କରିଥିଲା ଭିଜିଲାନ୍ସ । ଗିରଫ ପରେ ଅମିନଙ୍କୁ ଭିଜିଲାନ୍ସ କୋର୍ଟ ନିଆଯାଇଛି।