ମଧୁମେୟ ରୋଗୀଙ୍କ ପାଇଁ ଖୁସି ଖବର;ଭାରତରେ ମିଳିବ Awiqli ! ସପ୍ତାହକୁ ଥରେ ନେବେ ଇନସୁଲିନ୍
ମଧୁମେହ ରୋଗୀଙ୍କ ଚିନ୍ତାକୁ ଦୂର କରିବା ପାଇଁ ଭାରତରେ ଏକ ବଡ଼ ପଦକ୍ଷେପ ନିଆଯାଇଛି । ଭାରତରେ ସପ୍ତାହକୁ ଥରେ କ୍ଲିନିକାଲ୍ ବ୍ୟବହାର ପାଇଁ ଅନୁମୋଦିତ ବାସାଲ୍ ଇନସୁଲିନ୍, ଆୱିକ୍ଲି (Awiqli) ପ୍ରଚଳନ ହୋଇଛି । ଏପରି କରିବାରେ ଭାରତ ଦୁନିଆର ପ୍ରଥମ ଦେଶ ପାଲଟିଛି । ଡେନମାର୍କର ଔଷଧ ନିର୍ମାତା ନୋଭୋ ନର୍ଡିସ୍କ ପକ୍ଷରୁ ଅବିକ୍ଲି ବା ଇନସୁଲିନ କୋଡେକ ଲଞ୍ଚ ହୋଇଛି । ଟାଇପ-୧ ଓ ଟାଇପ-୨ ଡାଏବେଟିସ ଲାଗି ଏହା ବ୍ୟବହୃତ ହେବ । ଫଳରେ ବର୍ଷ ସାରା ଇନସୁଲିନ ନେଉଥିବା ବ୍ୟକ୍ତିମାନେ ଏଣିକି ମାତ୍ର ୫୨ଟି ଇଞ୍ଜେକସନ ନେବେ ।
ରକ୍ତ ଶର୍କରା ନିୟନ୍ତ୍ରଣ କରିବାରେ ଇନସୁଲିନ ପରି ଏକ ହରମୋନ ଜରୁରୀ ହୋଇଥାଏ । ଟାଇପ-୧ ଓ ଟାଇପ-୨ ଡାଏବେଟିସରେ ପୀଡ଼ି ରୋଗୀମାନେ ସାଧାରଣତଃ ଦୈନିକ ଇଞ୍ଜେକସନ ନେଇଥାନ୍ତି । ମାତ୍ର ବର୍ତ୍ତମାନ ସେମାନେ ଏହି ଯନ୍ତ୍ରଣାରୁ ମୁକ୍ତି ପାଇବେ । ଏହି ନୂଆ ଇଞ୍ଜେକନ ଯୋଗୁଁ ଭାରତରେ ଦେଖାଦେଉଥିବା ଅନେକ ସମସ୍ୟାର ଦୂର ହୋଇପାରିବ ଓ କୋଟି କୋଟି ରୋଗୀ ଉପକୃତ ହେବେ ।ଭାରତରେ ୧୦୧ ନିୟୁତରୁ ଅଧିକ ଲୋକ ମଧୁମେହରେ ପୀଡିତ ଥିବା ବେଳେ ଆଉ ୧୩୬ ନିୟୁତ ଲୋକ ପ୍ରି-ଡାଇବେଟିସ୍ ରୋଗରେ ପୀଡିତ ବୋଲି ଆକଳନ କରାଯାଉଛି ।ଆୱିକ୍ଲି ହେଉଛି ଏକ ଦୀର୍ଘ-କାର୍ଯ୍ୟକାରୀ ବେସାଲ୍ ଇନସୁଲିନ୍ । ଏହାକୁ ସପ୍ତାହ ଧରି ଇନସୁଲିନ୍ ସମର୍ଥନ ପ୍ରଦାନ କରିବା ପାଇଁ ଡିଜାଇନ୍ କରାଯାଇଛି । ଏକ ପ୍ରି-ଫିଲ୍ଡ ପେନ୍ ସାହାଯ୍ୟରେ ଏହାକୁ ସପ୍ତାହର ଗୋଟିଏ ନିର୍ଦ୍ଦିଷ୍ଟ ବାରରେ ପେଟ, ଜଙ୍ଘ କିମ୍ବା ହାତର ଚମଡ଼ା ନିଆଯାଇଥାଏ । ରୋଗୀଙ୍କ ରକ୍ତ ଶର୍କରା ସ୍ତର ଅନୁସାରେ ଡୋଜ୍ ଆଡଜଷ୍ଟ କରାଯାଏ ।ଟାଇପ୍-୨ ଡାଇବେଟିସ୍ ରୋଗୀ ଏହାକୁ ଏକାକୀ କିମ୍ବା ଅନ୍ୟ ଔଷଧ ସହ ନେଇପାରିବେ । କିନ୍ତୁ, ଟାଇପ୍-୧ ଡାଇବେଟିସ୍ ରୋଗୀଙ୍କ କ୍ଷେତ୍ରରେ ଏହା ସହିତ ଖାଇବା ସମୟରେ ନିଆଯାଉଥିବା ସ୍ୱଳ୍ପକାଳୀନ ଇନସୁଲିନ୍ ମଧ୍ୟ ଆବଶ୍ୟକ ହେବ ।ଏହି ଔଷଧରେ ଇନସୁଲିନ୍ ଆଇକୋଡେକ୍ ଅଛି, ଯାହା ବ୍ଲଡ୍ ପ୍ରୋଟିନ୍ ଆଲବୁମିନ୍ ସହିତ ମିଶି ରହିଥାଏ । ଏହା ଧୀରେ ଧୀରେ ଏବଂ ସ୍ଥିର ଭାବରେ ପୂରା ସପ୍ତାହ ଯାକ ଶରୀରକୁ ଇନସୁଲିନ୍ ଯୋଗାଇଥାଏ। ରକ୍ତ ପ୍ରବାହରୁ କୋଷଗୁଡ଼ିକୁ ଗ୍ଲୁକୋଜ୍ ସ୍ଥାନାନ୍ତର କରିବାରେ ସାହାଯ୍ୟ କରିଥାଏ ଏବଂ ରକ୍ତରେ ଶର୍କରା ସ୍ତରକୁ ହ୍ରାସ କରିଥାଏ ।