ମାର୍ଚ୍ଚ ଶେଷ ସୁଦ୍ଧା ମାଲକାନଗିରିରୁ ଉଡ଼ିବ ବିମାନ
ମାର୍ଚ୍ଚ ଶେଷ ସୁଦ୍ଧା ମାଲକାନଗିରି ବିମାନ ବନ୍ଦରରୁ ନିୟମିତ ଭାବେ ଉଡ଼ିବ ବିମାନ । ଏଥିପାଇଁ ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ ଟିମ୍ ଏବଂ ଇଣ୍ଡିଆ ୱାନ ଏୟାର କମ୍ପାନୀର ଏକ ବୈଷୟିକ ଟିମ ମାଲକାନଗିରି ବିମାନ ବନ୍ଦର ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି ।ରନୱେରେ ଯେମିତି କୌଣସି ଗାଈ ଗୋରୁ ପଶି ନଆସନ୍ତୁ ଏଥିପାଇଁ ବ୍ୟାବସ୍ଥାକୁ ଆହୁରି ସୁଦୃଢ଼ କରିବାକୁ ପୁର୍ତ୍ତ ବିଭାଗକୁ ନିର୍ଦେଶ ଦେଇଛି ଟିମ୍ । ଖୁବଶୀଘ୍ର ଇଣ୍ଡିଆ ୱାନ୍ ଏୟାର ଯାତ୍ରବାହୀ ବିମାନର ଟ୍ରାଏଲ ରନ୍ ହେବା ନେଇ ସୂଚନା ମିଳିଥିବାବେଳେ ମାର୍ଚ୍ଚ ଶେଷ ପୁର୍ବରୁ ମାଲକାନଗିରି ଜିଲ୍ଲାରୁ ନିୟମିତ ବିମାନ ଉଡ଼ିବା ନେଇ ଯୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି । ମାଲକାନଗିରି ଏୟାରପୋର୍ଟ ଠାରେ ମଧ୍ୟମ ଧରଣର ବିମାନ ଅବତରଣ କରିପାରିବ। ବିମାନ ବନ୍ଦରର ସମସ୍ତ ନିର୍ମାଣ ଖର୍ଚ୍ଚ ରାଜ୍ୟ ସରକାର ବହନ କରିଛନ୍ତି। ଭୁବନେଶ୍ୱର, ଝାରସୁଗୁଡ଼ା, ଜୟପୁର, ଉତକେଲା, ରାଉରକେଲା, ରଙ୍ଗେଇଲୁଣ୍ଡା ପରେ ଏବେ ଆକାଶ ମାର୍ଗରେ ମାଲକାନଗିରି ଯୋଡ଼ି ହୋଇଛି।