ମରଣଯନ୍ତା ପାଲଟିଛି ଗଣିଆ-କଳାପାଟ ରାସ୍ତା ଗଣିଆ ବିଜେପି ମଣ୍ଡଳ ସଭାପତିଙ୍କ ପ୍ରତିଶୃତି ପରେ ୧୨ ତାରିଖରେ ହେବକୁ ଥିବା ଧାରଣା ସାମୟିକଭାବେ ସ୍ଥଗିତ

ଗଣିଆ (ବିଶ୍ୱରଂଜନ ସେଠି ) ଦୀର୍ଘବର୍ଷ ଧରି ଗଣିଆ-କଳାପାଟ ରାସ୍ତା ମରଣଯନ୍ତା ପାଲଟିଛି । ଯାହାକୁ ନେଇ ଅଂଚଳବାସୀ ଦୀର୍ଘଦିନଧରି ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବିଭାଗୀୟ ଅଧିକାରୀମାନଙ୍କୁ ଗୁହାରୀ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ଯାହାକୁ ନେଇ ତିନିଥର ଜିଲାପାଳଙ୍କ ଜନଶୁଣାଣୀରେ ଅଭିଯୋଗ କରାଯାଇଥିଲା । ଗଣିଆ-ଦଶପଲା ମୁଖ୍ୟ ରାସ୍ତାର ଗଣିଆ ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ରାସ୍ତାରୋକ ମଧ୍ୟ କରାଯାଇଥିଲା । କିନ୍ତୁ କୌଣସି ସୁଫଳ ମିଳିନଥିଲା । ଗତ ମାସ ୨୫ତାରିଖ ଜିଲାପାଳଙ୍କ ଜନଶୁଣାଣୀରେ ବଡ଼ସିଲିଙ୍ଗା, ଛାମୁଣ୍ଡିଆ, ଓ ରାସଙ୍ଗ ପଂଚାୟତର ୧୦୦ରୁ ଉଦ୍ଦ୍ୱର୍ ଜନସାଧାରଣ ଗଣିଆ-କଳାପାଟ ରାସ୍ତା ସଂପର୍କିତ ଦାବୀପତ୍ର ଦେବା ସହିତ ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ବିଗତ ଦିନରେ ଜିଲାପାଳଙ୍କ ପ୍ରତିଶୃତିରେ ରାସ୍ତାକାର୍ଯ୍ୟ ହୋଇପାରିନଥିବାରୁ ପୁନର୍ବାର ତାଙ୍କର ପ୍ରତିଶୃତିକୁ ନଶୁଣି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଘଟଣାସ୍ଥଳରେ ବିଜେପି ମଣ୍ଡଳ ସଭାପତି ମହାବୀର ପ୍ରସାଦ ମିଶ୍ର ଘଟଣାସ୍ଥଳରେ ପଂହଚି ଲୋକମାନଙ୍କ ସହିତ ଆଲୋଚନା କରିଥିଲେ । ବିଜେପି ମଣ୍ଡଳ ସଭାପତିଙ୍କ ପ୍ରତିଶୃତି ମୁତାବକ ଆସନ୍ତା ୧୦ ତାରିଖକୁ ୧୫ ଦିନ ପୁର୍ଣ୍ଣ ହେଉଥିବାବେଳେ ୧୦ତାରିଖ ସୁଦ୍ଧା ଯଦି ରାସ୍ତା କାର୍ଯ୍ରରେ କୌଣସି ପଦକ୍ଷେପ ନିଆ ନଯାଏ ତେବେ ଆଗାମୀ ୧୨ ତାରିଖରେ ଗଣିଆ ବ୍ଳକ ସମ୍ମୁଖରେ ରାସଙ୍ଗ, ଛାମୁଣ୍ଡିଆ ଓ ବଡ଼ିସିଲିଙ୍ଗା ପଂଚାୟତ ଜନସାଧାରଣଙ୍କ ତରଫରୁ ରାସ୍ତା ରୋକ କରାଯିବ ବୋଲି ଆଲୋଚନା କରି ଧାର୍ଯ୍ୟ କରାଯାଇଥିଲା । ଆଜି କାଦୁଆସ୍ଥିତ ମା ମହାମୟୀଙ୍କ ପୀଠରେ ରାସ୍ତ ସଂପର୍କିତ ଧାରଣା ସଂପର୍କରେ ଆଲୋଚନା କରୁଥବବା ବେଳେ ବିଜେପି ମଣ୍ଡଳ ସଭାପତି ମହାବୀର ପ୍ରସାଦ ମିଶ୍ର ଘଟଣାସ୍ଥଳରେ ପଂହଚି ରାସ୍ତା ସଂପର୍କରେ ଉପରିସ୍ଥ ଆଲୋଚନା କରିବା ସହିତ ଦାବୀ ମୁତାବକ ଗଣିଆ-କଳାପାଟ ରାସ୍ତା ଗ୍ରାମ୍ୟ ଉନ୍ନୟନ ବିଭାଗରୁ ପୁର୍ତବ ବିଭାଗକୁ ସ୍ତାନାନ୍ତରିତ ହୋଇଯାଇଛି । ଏଥି ସହିତ ରାସ୍ତା ମରାମତି ପାଇଁ ୨୩ଲକ୍ଷର ଟେଣ୍ଡର ସରିଛି । ଆସନ୍ତା ୧୮ ତାରିଖରେ ଟେଣ୍ଡର ଭିତରେ ଖୋଲିଲେ ୨୦ ତାରିଖରୁ ମରାମତି କାର୍ଯ୍ୟ ଆରମ୍ଭ ହେବ ବୋଲି ଉପରିସ୍ଥ ବିଭାଗୀୟ ଅଧିକାରୀ ଇଆଇସି ଓ ଏସିଙ୍କ ସହିତ ଆଲୋଚନା କରିଛନ୍ତି ବୋଲି ବିଜେପି ମଣ୍ଡଳ ସଭାପତି ଶ୍ରୀଯୁକ୍ତ ମିଶ୍ର କହିଛନ୍ତି । ଆସନ୍ତା ଅକ୍ଟେବର ମାସରେ ଟେଣ୍ଡର ହେଲାପରେ ରାସ୍ତା ୩୦ଫୁଟ ଓସାର ହୋଇ କାମ ଆରମ୍ଭ ହେବ । ଏସବୁ ଆଲୋଚନା ପର୍ଯ୍ୟାଲୋଚନା ପରେ ସର୍ବ ସମ୍ମତିକ୍ରମେ ୧୨ ତାରିଖରେ ହେବକୁ ଥବବା ଧାରଣାକୁ ସ୍ଥଗିତ କରାଯିବା ପାଇଁ ନିଷ୍ପତି ନିଆଯିବା ସହିତ ଯଦି ୨୦ତାରିଖ ସୁଦ୍‌ଧା କାର୍ଯ୍ୟ ଆରମ୍ଭ ନହୁଏ ତେବେ ପୁନଶ୍ଚ ଧାରଣା ଦିଆଯିବ ବୋଲି ଆଲୋଚନା ହୋଇଥିଲା । ଆଜିର ଏହି ବୈଠକରେ ରାସଙ୍ଗ ପଂଚାୟତର ଦୁର୍ଯ୍ୟୋଧନ ସାହୁ, ପିତବାସ ସ୍ୱାଇଁ, ଚର୍ତୁଭୁଜ ରାଉତ, ପ୍ରଫୁଲ ମହାନ୍ତି, ଜୟଦେବ ମହାନ୍ତି, ଦୁର୍ଯ୍ୟୋଧନ ମହାନ୍ତି, ଶୋଭନ ମହାଖୁଡ଼, କୁଳମଣି ରାଉତ, ସୁଶାନ୍ତ କୁମାର ମହାନ୍ତି, ଶୁଭାଶିଷ ମିଶ୍ର, ବରଶ ମହାଖଉନ, ଛାୁମଣ୍ଡିଆ ବିକାଶ ପରିଷଦର ସଭାପତି ଜୟଦେବ ସାହୁଙ୍କ ସମେତ ତିନିଗୋଟି ପଂଚାୟତର ୧୦୦ରୁ ଉର୍ଦ୍ଧ୍ୱ ଜନସାଧାରଣ ଉପସ୍ଥିତ ଥିଲେ ।