ମହଲପଡା ଗ୍ରାମ ପଞ୍ଚାୟତ ର ପୂର୍ବତନ ସରପଞ୍ଚ ଙ୍କ ବିୟୋଗ , ପଞ୍ଚାୟତ ରେ ଶୋକର ଛାୟା।

ପୁରୀ: ପୁରୀ ଜିଲ୍ଲା ଗୋପ ବ୍ଲକ ମହଲପଡା ଗ୍ରାମ ପଞ୍ଚାୟତ ର ପୂର୍ବତନ ସରପଞ୍ଚ ରବି ନାରାୟଣ ପତି (ଚନ୍ଦା କକୁ)ଙ୍କ ଅକାଳ ବିୟୋଗ , ପଞ୍ଚାୟତ ରେ ଶୋକର ଛାୟା ଖେଳିଯାଇଛି। ସେ ଜଣେ ଯୁବ ନେତା, ସମାଜସେବୀ, ପରଉପକରୀ ଓ ଦୁଖଃ, ସୁଖର ସାର୍ଥୀଥିଲେ।ପୂର୍ବତନ ସରପଞ୍ଚ ଙ୍କୁ ହରାଇ ମହଲପଡା ପଞ୍ଚାୟତ ବାସିନ୍ଦା ଏବେ ସ୍ତନ୍ଦ ହୋଇଛନ୍ତି। ଝୁରୁଛି ତାଙ୍କ ଗାଁର ମାଟି ଆମ୍ବେଳିଗାଁ , ଝୁରୁଛନ୍ତି ପଞ୍ଚାୟତ ବାସିନ୍ଦା। ଖୁବୁ କମ ବୟସରେ ତାଙ୍କର ମୃତ୍ୟୁ କୁ କେହି ବିଶ୍ୱାସ କରିପାରୁ ନାହାଁନ୍ତି।ସେଥିରେ ଗାଁର ଜଣେ ଲୋକପ୍ରିୟ, ଜନପ୍ରିୟ ତଥା ଦକ୍ଷ ରାଜନୈତିକ ବ୍ୟକ୍ତିତ୍ୱ ତାଙ୍କର ଅକାଳ ବିୟୋଗ ଗାଁ ତଥା ସମଗ୍ର ଅଞ୍ଚଳ ପାଇଁ ଏକ ଅପୂରଣୀୟ କ୍ଷତି।ଏହି ଦୁଃଖଦ ସମୟରେ ମହାପ୍ରଭୁ ଜଗନ୍ନାଥ ଦିବଙ୍ଗତ ଆତ୍ମାଙ୍କୁ ନିଜ ଶ୍ରୀଚରଣରେ ସ୍ଥାନ ଦେବା ସହ ପରିବାରବର୍ଗଙ୍କୁ ଏହି ଅସହ୍ୟ ଦୁଃଖ ସହିବା ପାଇଁ ଧୈର୍ଯ୍ୟ ଓ ଶକ୍ତି ପ୍ରଦାନ କରନ୍ତୁ ବୋଲି ମହଲପଡା ପଞ୍ଚାୟତ ବାସିନ୍ଦା ସହ ବର୍ତ୍ତମାନ ସରପଞ୍ଚ, ପୂର୍ବତନ ସରପଞ୍ଚ ଜଗତର ଜଗନ୍ନାଥ ପାଖରେ କରିଛନ୍ତି ପ୍ରାର୍ଥନା। ପୁରୀରୁ ପ୍ରକାଶ କାଣ୍ଡି HR TV ଓଡ଼ିଆ