ମହାନଦୀ ର ଜଳସ୍ତର ବୃଦ୍ଧି: ସମ୍ଭାବ୍ୟ ବନ୍ୟା ପରିସ୍ଥିତି ଆଶଙ୍କା।

ଗଣିଆ ତା ୨୬/୦୭(ବିଶ୍ୱରଂଜନ) ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ମହାନଦୀ ର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ହୀରାକୁଦ ଜଳଭଣ୍ଡାର ରୁ ୨୪ଟି ଗେଟ୍ ଦେଇ ଜଳନିଷ୍କାସନ ହେଉଛି। ଫଳରେ ଶନିବାର ସକାଳେ ମହାନଦୀରେ ପ୍ରତି ୩ ଘଣ୍ଟାରେ ୨ ଫୁଟ୍ ଜଳସ୍ତର ବୃଦ୍ଧି ପାଉଥିବା ବଡ଼ମୂଳ ଗେଜ୍ ସାଇଡ ଜଣା ପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ ଦିନ ୧୨ଟା ବେଳେ ୨୫ଫୁଟ୍ ଜଳ ପ୍ରବାହିତ ହେଉଥିବା ବେଳେ ସନ୍ଧ୍ୟା ୬ଟା ବେଳେ ଜଳସ୍ତର ବୃଦ୍ଧିପାଇ ୨୭ଫୁଟ୍ ରେ ପହଞ୍ଚିଛି। ତେବେ ହୀରାକୁଦ ଜଳଭଣ୍ଡାର ନିଷ୍କାସିତ ଜଳ ସାଙ୍ଗକୁ ଲଗାଣ ବର୍ଷା ଲାଗି ରହିଲେ ଗଣିଆ ବ୍ଲକର ଛାମୁଣ୍ଡିଆ, ରାସଂଗ, ବେଲପଡ଼ା ପାଟଣା ଓ କିଶୋରପ୍ରସାଦ ପଞ୍ଚାୟତ ର ତଳିଆ ଅଞ୍ଚଳରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। ସେହିପରି ଯଦି ବଡ଼ମୂଳ ଠାରେ ଜଳସ୍ତର ୩୫ଫୁଟ୍ ପ୍ରବାହିତ ହେଲେ ଗଣିଆ ବ୍ଲକର ବଡ଼ସିଲିଙ୍ଗା, ଛାମୁଣ୍ଡିଆ ପଞ୍ଚାୟତ ବାହ୍ୟ ଜଗତରୁ ସମ୍ପୂର୍ଣ୍ଣ ଭାବେ ବିଚ୍ଛିନ୍ନ ହେବାସହ ରାସଙ୍ଗ, ଵେଲପଡ଼ା ପାଟଣା ଓ କିଶୋରପ୍ରସାଦ ପଞ୍ଚାୟତ ର କେକେତ ଗାଁ ଜଳବନ୍ଦୀ ହେବାର ସମ୍ଭାବନା ରହିଛି। ଅନ୍ୟପକ୍ଷେ ବନ୍ୟା ପରିସ୍ଥିତି ସୃଷ୍ଟି ହେଲେ ଏହି ପଞ୍ଚାୟତ ର ଅନେକ ଧାନ ଫସଲ ଓ ପୋଟଳ ଚାଷ ବ୍ୟାପକ କ୍ଷତି ହେବ। ରିପୋର୍ଟ ଲେଖାହେବା ପର୍ଯ୍ୟନ୍ତ ମହାନଦୀ ର ବଡ଼ମୂଳ ଠାରେ ୨୭ଫୁଟ୍ ର ବନ୍ୟା ଜଳ ପ୍ରବାହିତ ହେଉଛି।