ମହିଳା ସଂରକ୍ଷଣ ବିଲକୁ ବିରୋଧ କରି ପାପ କରିଛନ୍ତି ବିରୋଧୀ : ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ରାତିରେ ଦେଶକୁ ସମ୍ବୋଧିତ କରିଛନ୍ତି। ନାରୀଶକ୍ତିକୁ କିପରି ରୋକାଯାଉଛି ଦେଶବାସୀ ଦେଖିଲେ ବୋଲି ପ୍ରଧାନମନ୍ତ୍ରୀ ସମ୍ବୋଧିତ କରି କହିଛନ୍ତି। ବିରୋଧୀ ମହିଳା ଆରକ୍ଷଣ ବିଲକୁ ବିରୋଧ କରି ବିରୋଧୀମାନେ ପାପ କରିଛନ୍ତି । ବିରୋଧୀମାନେ ନାରୀଙ୍କ ସ୍ବପ୍ନକୁ ପୂରଣ ହେବାକୁ ଦେଲେନାହିଁ । ରାଜନୈତିକ ସ୍ବାର୍ଥ ପାଇଁ ମହିଳାଙ୍କ କ୍ଷତି ହେଲା । ବିରୋଧୀ ନାରୀଙ୍କ ଆତ୍ମସମ୍ମାନ ଉପରେ ଆଞ୍ଚ ଆଣିଛନ୍ତି। ମହିଳା ସବୁ ଭୁଲି ପାରିବେ, ହେଲେ ଅସମ୍ମାନକୁ ଭୁଲିପାରିବେ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ନାରୀ ଶକ୍ତି ବନ୍ଦନ ଅଧିନିୟମ କାଟ ଖାଇଲା ବେଳେ ବିରୋଧୀ ଖୁସି ମନାଇଲେ। ବିରୋଧୀ ଯେଉଁ ପାପ କରିଛନ୍ତି, ତାହାର ସଜା ଭୋଗିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।ପ୍ରଧାନମନ୍ତ୍ରୀ କହିଥିଲେ, “ଆମ ପାଇଁ, ଜାତୀୟ ସ୍ୱାର୍ଥ ସର୍ବୋପରି। କିନ୍ତୁ, ଯେତେବେଳେ ଦଳୀୟ ସ୍ୱାର୍ଥ କିଛି ଲୋକଙ୍କ ପାଇଁ ସବୁକିଛି ହୋଇଯାଏ, ଯେତେବେଳେ ଦଳୀୟ ସ୍ୱାର୍ଥ ଜାତୀୟ ସ୍ୱାର୍ଥ ଅପେକ୍ଷା ବଡ଼ ହୋଇଯାଏ, ସେତେବେଳେ ମହିଳା ଏବଂ ଦେଶକୁ ଏହାର କ୍ଷତି ସହିବାକୁ ପଡ଼ିଥାଏ। ଏଥର ମଧ୍ୟ ଏହା ଘଟିଛି। କଂଗ୍ରେସ, ଡିଏମକେ, ଟିଏମସି ଏବଂ ସମାଜବାଦୀ ପାର୍ଟି ଭଳି ଦଳଗୁଡ଼ିକର ସ୍ୱାର୍ଥପର ରାଜନୀତିର କ୍ଷତି ଦେଶର ମହିଳାମାନଙ୍କୁ ସହିବାକୁ ପଡ଼ିଛି।” କଂଗ୍ରେସ, ସମାଜବାଦୀ ପାର୍ଟିକୁ କ୍ଷମା କରିବେନି ଲୋକେ ।