ମା”ମଙ୍ଗଳା ୟୁଥ୍ କ୍ଳବ୍ ପକ୍ଷରୁ ପ୍ରଥମ ବାର୍ଷିକ ରଜ ମହୋତ୍ସବ।

କୁଜଙ୍ଗ : ଓଡ଼ିଶାର ଗଣପର୍ବ ହେଉଛି ରଜ।ଓଡ଼ିଆ ପରମ୍ପରା ସଂସ୍କୃତିର ନିଆରା ପର୍ବ ହେଉଛି ରଜପର୍ବ।ଏହା ସାଧାରଣତଃ ଜ୍ୟେଷ୍ଠ ମାସରେ ପଡ଼ିଥାଏ।ରଜ ପର୍ବ ସାଧାରଣତଃ ୪ଦିନ ଧରି ପାଳନ କରାଯାଇଥାଏ।ପ୍ରଥମ ଦିନ ପହିଲି ରଜ,ଦ୍ଵିତୀୟ ଦିନ ରଜ ସଂକ୍ରାନ୍ତି,ତୃତୀୟ ଦିନ ଭୂମି ଦହନ ଏବଂ ଚତୁର୍ଥ ଦିନ ବସୁମତୀ ସ୍ନାନ କରାଯାଇଥାଏ।ଏହିଦିନ ସବୁ ଓଡ଼ିଆ ଘରର ଝିଅ ବୋହୁ ମାନେ ପାଦରେ ଅଳତା ଲଗାଇ ହାତରେ ମେହେନ୍ଦି କରି ନୂଆ ବସ୍ତ୍ର ପରିଧାନ କରି ସକାଳୁ ଦୋଳି ଖେଳଥାନ୍ତି।ଓଡ଼ିଶାର ୩୦ ଜିଲ୍ଲା ଭଳି ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ବ୍ଲକ୍ ଅନ୍ତର୍ଗତ ବଳରାମପୁର ଗ୍ରାମର ମଙ୍ଗଳା ସାହିରେ ଝିଅ ବୋହୁ ଏବଂ ମଙ୍ଗଳା ୟୁଥ୍ କ୍ଳବର ସଦସ୍ୟ ମାନେ ପ୍ରଥମ ବର୍ଷ ରଜ ମହୋତ୍ସବ ମନାଇ ଛନ୍ତି।ରଜର ପ୍ରଥମ ଦିନ ମଙ୍ଗଳା ସାହିରେ ସମସ୍ତଙ୍କ ଘରେ ଘରେ ପିଠା ପଣା,କ୍ଷୀରି,ପୁରି ଆଦି ବନାଇ ମିଳିତ ହୋଇ ଖାଇଥିଲେ।ରଜର ସବୁ ଠୁ ନିଆରା ଖାଦ୍ୟ ପୋଡ଼ ପିଠା ଖାଇ ରଜର ସୈନ୍ଦର୍ଯ୍ୟକୁ ଆହୁରି ବୃଦ୍ଧି କରିଥିଲେ।ଝିଅ ବୋହୁ ମାନେ ଦୋଳି ଖେଳି ରଜପର୍ବ ମନାଉଥବା ବେଳେ ପୁଅମାନେ ଗାଁ ଦାଣ୍ଡରେ ବସି ତାସ ଖେଳି ରଜ ପାରିଥିଲେ।ଏହି ମହୋତ୍ସବର ପ୍ରଥମ ଦିନରେ ମୁଖ୍ୟ ଅତିଥି ଭାବରେ କୁଜଙ୍ଗ ଗ୍ରାମପଞ୍ଚାୟତର ସରପଞ୍ଚ ବନ୍ଦିତା ଦାସ ଯୋଗ ଦେଇଥିଲେ।ଏହି ମହୋତ୍ସବ ଖାଲି ବର୍ଷକ ପାଇଁ ନୁହେଁ ବରଂ ଆଗାମୀ ବର୍ଷରେ କିଭଳି ଆହୁରି ଉନ୍ନତ ମାନର କରାଯାଇପାରିବ ସେ ନେଇ ପ୍ରତିଶ୍ରୁତି ଦେଇଥିଲେ।ଏଥିରେ ମୁଖ୍ୟତଃ ମା”ମଙ୍ଗଳା ୟୁଥ୍ କ୍ଳବର ପ୍ରେସିଡେଣ୍ଟ ସତ୍ୟ ରଞ୍ଜନ ମଲ୍ଲିକ,ସେକ୍ରେଟାରୀ ସଂଗ୍ରାମ ଜିତ୍ ମହାପାତ୍ର,ଦିପ୍ତି ମୋହନ ମଲ୍ଲିକ୍,ହିରଣ୍ୟ କୁମାର ମଲ୍ଲିକ୍,ସତ୍ୟବ୍ରତ ଦାସ,ସମାପ୍ତ ମହାପାତ୍ର,ଛବିନ୍ଦ୍ର ମଲ୍ଲିକ୍,ସୁମନ ମଲ୍ଲିକ୍,ଅଭିରାମ ମଲ୍ଲିକ୍,ଜୟରାମ ମଲ୍ଲିକ୍,ଜିତେନ୍ଦ୍ର ମଲ୍ଲିକ୍,ପବିତ୍ର ମଲ୍ଲିକ୍,ରତନ କୁମାର ମଲ୍ଲିକ୍,ସୁଜନ ମଲ୍ଲିକ୍ ସହଯୋଗ କରି ମହୋତ୍ସବକୁ ଶାନ୍ତିଶୃଙ୍ଖଳା ସହ ପରିଚାଳନା କରିଥିଲେ।ଏହି ରଜପର୍ବରେ ସମସ୍ତେ ରଜ ପାନ ଖାଇ ନୂତନ ପୋଷାକ ପରିଧାନ କରି ଖୁବ୍ ଆନନ୍ଦ ଉଲ୍ଲାସର ସହିତ ପାଳନ କରିଥିଲେ। କୁଜଙ୍ଗ ରୁ ବାବୁଲି ଚନ୍ଦ୍ର ଦାସ ଙ୍କ ରିପୋର୍ଟ୍ HRTV ଓଡ଼ିଆ