ରାଜ୍ୟରୁ ମୌସୁମୀ ବିଦାୟ ପ୍ରକ୍ରିୟା ଆରମ୍ଭ । ଆଗକୁ ଆସୁଛି ଶୀତ 

ରାଜ୍ୟରୁ ମୌସୁମୀ ବିଦାୟ ନେବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଜିଠାରୁ ଓଡ଼ିଶାରୁ ଫେରିବା ପ୍ରକ୍ରିୟା ଆରମ୍ଭ କରିଥିବା ନେଇ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ସୂଚନା ଦେଇଛନ୍ତି।ରାଜ୍ୟରୁ ମୌସୁମୀ ବିଦାୟ ନେବା ସାଙ୍ଗକୁ ଧୀରେ ଧୀରେ ବର୍ଷାର ପରିମାଣ କମିବା ଏବଂ ରାତି ଓ ସକାଳ ସମୟରେ ହାଲୁକା ଥଣ୍ଡା ଅନୁଭୂତ ହେବା ଆରମ୍ଭ ହେବ ବୋଲି ଆଶା କରାଯାଉଛି।ବର୍ତ୍ତମାନ ପଶ୍ଚିମ ଓଡ଼ିଶାର କିଛି ଅଞ୍ଚଳରୁ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନ ଆରମ୍ଭ ହୋଇଛି। ଏଥିପାଇଁ ପାଗ ସଂପୂର୍ଣ୍ଣ ଅନୁକୂଳ ରହିଛି। ଆଗାମୀ ୩ ରୁ ୪ ଦିନ ଦିନରେ ରାଜ୍ୟର ଆହୁରି ଅଧିକାଂଶ ଅଞ୍ଚଳରୁ ମୌସୁମୀ ସମ୍ପୂର୍ଣ୍ଣ ଭାବେ ଅପସାରିତ ହୋଇଯିବ।