ଲଗାଣ ବର୍ଷାରେ ବ୍ୟାପକ ଫସଲ କ୍ଷତି, ପରିବା ଦର ଆକାଶଛୁଆଁ
ଲଗାଣ ବର୍ଷାର ପ୍ରଭାବ ଏବେ ସିଧାସଳଖ ପଡ଼ିଛି ସାଧାରଣ ଲୋକଙ୍କ ପକେଟ୍ ଉପରେ । ରାଜ୍ୟରେ ଏହିକଣ ଜିଲ୍ଲାରେ ପରିବା ଦର ଆକାଶଛୁଆଁ ହୋଇଛି।ରାଜଧାନୀ ଭୁବନେଶ୍ୱରର ୧ ନମ୍ବର ପରିବା ହାଟରେ ଅଧିକାଂଶ ପରିବା କିଲୋପିଛା ୬୦ରୁ ୧୨୦ ଟଙ୍କା ମଧ୍ୟରେ ବିକ୍ରି ହେଉଥିବାରୁ ଗ୍ରାହକଙ୍କ ଚିନ୍ତା ବଢ଼ିଛି । ଯେଉଁ ପରିବାକୁ ହାତ ମାରିଲେ ସବୁ ୫୦ ଉପରେ । ଗୋଟିଏ ବ୍ୟାଗ ଫୁଲ୍ ପାଇଁ ଅତି କମରେ ୫୦୦ ଟଙ୍କା ଆବଶ୍ୟକ ପଡୁଛି । ଯାହାଫଳରେ ଖୁଚୁରା ବ୍ୟବସାୟୀ ୮୦ରୁ ୧୦୦ ଟଙ୍କା ଦରରେ ବିକ୍ରି କରୁଛନ୍ତି ପରିବା ।ଶ୍ରାବଣ ମାସରେ ଅନେକ ଲୋକ କେବଳ ସାଧା ଖାଦ୍ୟ ଉପରେ ନିର୍ଭର କରିଥାନ୍ତି । ମାତ୍ର ପରିବା ଦର ବୃଦ୍ଧି ସାଧରଣ ଲୋକଙ୍କ ହାଣ୍ଡିଶାଳ ଉପରେ ପ୍ରଭାବ ପକାଇଛି । । ବାଇଗଣ କିଲୋ ପିଛା ୮୦ରୁ ୧୦୦ ଟଙ୍କା, ପୋଟଳ ୫୦ରୁ ୬୦ ଟଙ୍କା, ଦେଶୀ କାଙ୍କଡ ୧୦୦ ଟଙ୍କା, କୋବି ୬୦ ଟଙ୍କା, ଭେଣ୍ଡି ୮୦ ଟଙ୍କା ଏବଂ ବିନ୍ସ କିଲୋ ପିଛା ୧୨୦ ଟଙ୍କାରେ ବିକ୍ରି ହେଉଛି । ବ୍ୟବସାୟୀଙ୍କ କହିବା ଅନୁଯାୟୀ, ଲଗାଣ ବର୍ଷା ଯୋଗୁଁ ପରିବା ଚାଷ ପ୍ରଭାବିତ ହୋଇଥିବାରୁ ବଜାରକୁ ପରିବାର ଆଗମନ କମିଯାଇଛି। ଏହାର ସିଧାସଳଖ ପ୍ରଭାବ ଦର ଉପରେ ପଡ଼ିଛି ।