ଶିକ୍ଷା ‘ଓ’ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟରୁ ରାଜଶ୍ରୀ ପାଣିଗ୍ରାହୀଙ୍କୁ ପିଏଚ.ଡି ଉପାଧି

ଗଣିଆ -(ବିଶ୍ୱରଂଜନ ସେଠି }: ଶିକ୍ଷା ‘ଓ’ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟରୁ ବାୟୋଟେକ୍ନୋଲୋଜି ବିଭାଗରେ ରାଜଶ୍ରୀ ପାଣିଗ୍ରାହୀଙ୍କୁ ପିଏଚ.ଡି ଉପାଧି ପ୍ରଦାନ କରାଯାଇଛି। ସେ ବିଶ୍ୱବିଦ୍ୟାଳୟର ସେଣ୍ଟର ଫର୍ ବାୟୋଟେକ୍ନୋଲୋଜି ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଡଃ ରୀନା ପରିଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ନିଜର ଗବେଷଣା କାର୍ଯ୍ୟ ସମ୍ପୂର୍ଣ୍ଣ କରିଛନ୍ତି। ରାଜଶ୍ରୀଙ୍କ ଗବେଷଣାତ୍ମକ ନିବନ୍ଧର ଶୀର୍ଷକ ଥିଲା “Genetic stability and evaluation of phytochemical properties of in vitro propagated Kaempferia parviflora and Zingiber cassumunar”। ତାଙ୍କର ଏହି ନିବନ୍ଧଟି ଆସାମର କାଜିରଙ୍ଗା ବିଶ୍ୱବିଦ୍ୟାଳୟର ପ୍ରଫେସର ଡକ୍ଟର ଶୈଳେନ୍ଦ୍ର କୁମାର ମହାନ୍ତଙ୍କ ଦ୍ଵାରା ଉଚ୍ଚ ପ୍ରଶଂସିତ ହୋଇଛି।ଡକ୍ଟର ରାଜଶ୍ରୀ ପାଣିଗ୍ରାହୀ ହେଉଛନ୍ତି ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ ପତଣ୍ଡା ଗ୍ରାମ ନିବାସୀ ରଘୁନାଥ ପାଣିଗ୍ରାହୀ ଏବଂ କଟକ ଜିଲ୍ଲା ନରସିଂହପୁର ଅଞ୍ଚଳ ଲେମ୍ବୋ ଗ୍ରାମର ଶ୍ରୀଯୁକ୍ତ ପ୍ରଭାତ ଚନ୍ଦ୍ର ପଣ୍ଡାଙ୍କ ନାତୁଣୀ। ସେ ତାଙ୍କର ଏହି ସଫଳତା ପାଇଁ ପିତା ଉମେଶ ଚନ୍ଦ୍ର ପାଣିଗ୍ରାହୀ, ମାତା ବିଜୟଲକ୍ଷ୍ମୀ ପାଣିଗ୍ରାହୀ, ଭାଇ ରିତେଶ ପାଣିଗ୍ରାହୀ, ଏବଂ ସମସ୍ତ ଶୁଭେଚ୍ଛୁମାନଙ୍କୁ ଆନ୍ତରିକ କୃତଜ୍ଞତା ଜ୍ଞାପନ କରିଛନ୍ତି। ଏହି ଅବସରରେ ସେ ନିଜର ସମସ୍ତ ଶ୍ରେୟ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଅର୍ପଣ କରିଛନ୍ତି। ତାଙ୍କର ଏହି କୃତିତ୍ୱ ପାଇଁ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି।