ଶିଶୁ ଦିବସ ପାଳିତ“ପ୍ରକୃତ ଶିକ୍ଷା ସହିତ ଉତମ ସଂସ୍କୃତି ଆମର ଲକ୍ଷ୍ୟ”
ଗଣିଆ,( ବିଶ୍ଵରଞ୍ଜନ ସେଠି) ଆଜୀର ଶିଶୁ କାଲିର ନାଗରିକ । ଦେଶର ଭବିଷ୍ୟତ ହେଉଛନ୍ତି ଆଜିର ଛୋଟ ଶିଶୁ । ନଭେମ୍ବର ୧୪କୁ ଆମ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କୁ ଜନ୍ମ ଦିବସକୁ ଶିଶୁ ଦିବସ ଭାବେ ପାଳନ କରାଯାଏ । ସେ ଶିଶୁମାନଙ୍କୁ ବହୁତ ଭଲ ପାଉଥିଲେ । ଏହି ଅବସରରେ ଗଣିଆସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ଅରବିନ୍ଦ ପୁର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର, କିଶୋରଚନ୍ଦ୍ର ସରୀକାରୀ ଉଚ୍ଚ ବିଦ୍ୟାଳୟ, ରାମଚନ୍ଦ୍ର ସାମନ୍ତରାୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ରଘୁନାଥଜୀଉ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବନମାଳୀ ବାରିକି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଷ୍ଟଡିଜୋନ କୋଚିଂ ସେଂଟର, ଛାମୁଣ୍ଡିଆ ସମେତ ବିଭିନ୍ନ ଶିକ୍ଷାନୁଷ୍ଠାନଗୁଡ଼ିକରେ ଶିଶୁ ଦିବସ ବଡ଼ ଧୁମଧାମରେ ପାଳିତ ହୋଇଯାଇଛି । ନେହେରୁ ଛୋଟ ପିଲାଙ୍କ ପ୍ରତି ବହୁତ ଭଲପାଇବା, ସ୍ନେହ, ଶ୍ରଦ୍ଧା ଥିଲା । ଯେଉଁଥିପାଇଁ ନଭେମ୍ବର ୧୪କୁ ଶିଶୁ ଦିବସ ରୂପେ ପାଳନ କରାଯାଏ । ନେହେରୁଙ୍କୁ ସମସ୍ତେ ଚାଚା ନେହେୁରୁ ବା ଚାଚାଜୀ ବୋଲି ସମ୍ବାଧନ କରୁଥିଲେ ।

ଶିଶୁଙ୍କ ଅଧିକାର, ଦାୟିତ୍ୱ ଓ ଶିକ୍ଷା ବିଷୟରେ ସଚେତନ କରିବା ପ୍ରକୃତ ଶିକ୍ଷା ସହିତ ଉତମ ସଂସ୍କୃତି ଆମର ଲକ୍ଷ ଉଦ୍ଦେଶ୍ୟରେ ଆଜିର ଏହି ଦିବସକୁ ସାରା ଦେଶ ପାଳନ କରୁଛି ବୋଲି ବିଦ୍ୟାଳୟର ଶିକ୍ଷକ କହିଥିଲେ । ପରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ନୃତ୍ୟଗୀତର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ସେହିପରି ଗଣିଆ ବ୍ଳକର ସମସ୍ତ ଶିକ୍ଷା ଅନୁଷ୍ଠାନଗୁଡ଼ିକରେ ଆଜିର ଶିଶୁ ଦିବସକୁ ପାଳନ କରାଯାଇଥିଲା ।