ଶୁଭେନ୍ଦୁ ଅଧିକାରୀଙ୍କ ପିଏକୁ ଗୁଳି କରି ହତ୍ୟା।  ମୁହଁ ଖୋଲିଲେ ଶୁଭେନ୍ଦୁ

ପଶ୍ଚିମବଙ୍ଗରେ ଭାରତୀୟ ଜନତା ପାର୍ଟିର ନିର୍ୱାଚନୀ ବିଜୟ ମଧ୍ୟରେ, ଏକ ଚାଞ୍ଚଲ୍ୟକର ଅପରାଧ ଘଟିଛି। ଏହି ଘଟଣାରେ, ଶୁଭେନ୍ଦୁ ଅଧିକାରୀଙ୍କ ପିଏଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି। ବର୍ତ୍ତମାନ ପର୍ଯ୍ୟନ୍ତ, ଘଟଣାରେ ସମ୍ପୃକ୍ତ ଜଣେ ବି ଅଭିଯୁକ୍ତଙ୍କୁ ଗିରଫ କରାଯାଇ ନାହିଁ। ଶୁଭେନ୍ଦୁ ଅଧିକାରୀ ମଧ୍ୟ ଏହି ବିଷୟରେ ଏକ ବିବୃତ୍ତି ଜାରି କରିଛନ୍ତି। ସେ ଦାବି କରିଛନ୍ତି ଯେ ଏହି ହତ୍ୟା ଯୋଜନାବଦ୍ଧ ଥିଲା।ଶୁଭେନ୍ଦୁଙ୍କୁ  ପିଏ ଚନ୍ଦ୍ରନାଥ ରଥ ଏକ ଚଳନ୍ତା କାରରେ ଥିବା ସମୟରେ ତାଙ୍କ ଉପରକୁ ଚାରି ରାଉଣ୍ଡ ଗୁଳି କରିଛନ୍ତି ଦୁର୍ବୃତ୍ତ । ଯେଉଁଥିରୁ ତିନୋଟି ଗୁଳି ତାଙ୍କ ଦେହରେ ବାଜିଥିଲା । କୋଲକାତା ନିକଟସ୍ଥ ଉତ୍ତର ୨୪ ପ୍ରଗଣା ଜିଲ୍ଲାର ଗୁଳିମାଡ଼ ହୋଇଛି । ଦୁର୍ବୃତ୍ତମାନେ ତାଙ୍କ କାରକୁ ବାଇକରେ ପିଛା କରୁଥିଲେ ଏବଂ ଗାଡ଼ିର ଗତି ଧୀର ହେବା କ୍ଷଣି ସେମାନେ ଗୁଳି ଚଳାଇଥିଲେ । କାରର ବାମ ପାର୍ଶ୍ୱ କାଚ ଭାଙ୍ଗି ଗୁଳି ତାଙ୍କ ଶରୀରରେ ବାଜିଛି । ହତ୍ୟା ପଛରେ ଟିଏମସିର ହାତ ଥିବା ଅଭିଯୋଗ କରିଛି ବିଜେପି ।ଏହା ବ୍ୟତୀତ, ହତ୍ୟାକାରୀଙ୍କ ଗାଡ଼ିର ନମ୍ୱର ପ୍ଲେଟ ନକଲି ବୋଲି ଜଣାପଡିଛି। ଏହି ସୂଚନା ଡିଜିପି ସିଦ୍ଧିନାଥ ଗୁପ୍ତା ପ୍ରଦାନ କରିଛନ୍ତି।