ଶ୍ରୀମନ୍ଦିରରୁ ନକଲି ଘିଅ ଜବତ
ଶ୍ରୀମନ୍ଦିର ରୋଷ ଘରକୁ ବେଆଇନ ଭାବେ ବନସ୍ପତି କମ୍ପାନୀର ନକଲି ଘିଅ ନେବା ବେଳେ ଶ୍ରୀମନ୍ଦିର ପ୍ରଶାସନ ୩୦ ପ୍ୟାକେଟ୍ ଘିଅ ଜବତ କରିଛି। ମହାପ୍ରସାଦ ପ୍ରସ୍ତୁତିରେ କେବଳ ଓମଫେଡ୍ ଘିଅ ବ୍ୟବହାର ପାଇଁ କଟକଣା ଥିବା ବେଳେ ନିୟମ ଉଲ୍ଲଂଘନ କରି ଅନ୍ୟ ବ୍ରାଣ୍ଡର ଘିଅ ନିଆଯାଉଥିବା ଜଣାପଡ଼ିଛି। ସୁରକ୍ଷା କର୍ମୀ ବନସ୍ପତି ଘିଅର ୩୦ଟି ପ୍ୟାକେଟ୍ ଧରିଥିଲେ।କେଉଁ ସୁଆର ସେବକ ଏହି ନକଲି ଘିଅ ନେଉଥିଲେ ଏବଂ ଏହା ପଛରେ କାହାର ହାତ ଅଛି ସେନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତଦନ୍ତ ଜାରି ରହିଛି।