ସଂଶୋଧିତ ଫର୍ମ-୬କୁ ଆମେ ଅନୁମୋଦନ କରିନାହୁଁ’: CEC ଜ୍ଞାନେଶ କୁମାରଙ୍କୁ ନିଲମ୍ବନ ଦାବି ମାମଲାରେ ECI, କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ୍
ଭାରତର ନିର୍ବାଚନ କମିସନର ଅନ୍ୟ ଦୁଇ ନିର୍ବାଚନ କମିସନରଙ୍କ ସମ୍ମତି ବିନା ଏକପାଖିଆ ନିଷ୍ପତ୍ତି ନେବାର ଅଭିଯୋଗରେ ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କୁ ନିଲମ୍ବିତ କରିବା ପାଇଁ ସୁପ୍ରିମକୋର୍ଟ ଏକ ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ ଜାରି କରିବାକୁ ମନା କରିଦେଇଛନ୍ତି। ଜ୍ଞାନେଶ କୁମାରଙ୍କ ବିରୋଧରେ ଦାୟର ଆବେଦନରେ ମାମଲାର ଏସଆଇଟି ତଦନ୍ତ ଏବଂ ଏସଆଇଆରକୁ ବେଆଇନ ଘୋଷଣା କରିବାକୁ ଦାବି କରାଯାଇଥିଲା। ଆଜି ସୁପ୍ରିମକୋର୍ଟ ନିର୍ବାଚନ କମିଶନ ଓ କେନ୍ଦ୍ର ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି।ମୁଖ୍ୟ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ବିଚାରପତି ଜୟମାଲ୍ୟ ବାଗଚୀ ଓ ଜଷ୍ଟିସ୍ ଭି. ମୋହନାଙ୍କ ଖଣ୍ଡପୀଠ ଆବେଦନରେ ଉଠାଯାଇଥିବା ଅଭିଯୋଗ ଉପରେ ଏକ ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ କହିଛନ୍ତି। ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ, ECIର ଜବାବ ବିଚାର କରିବା ପରେ ଯଦି ଜଣାପଡ଼େ ଯେ; CEC ଆବଶ୍ୟକ ସର୍ବସମ୍ମତି ବିନା କିଛି ନିଷ୍ପତ୍ତି ନେଇଛନ୍ତି, ତେବେ ସେହି ନିଷ୍ପତ୍ତିଗୁଡ଼ିକୁ ପୁନର୍ବିଚାର କିମ୍ବା ପ୍ରତ୍ୟାହାର କରାଯାଇପାରେ।ଆବେଦନରେ ଭାରତର ନିର୍ବାଚନ କମିସନଙ୍କ ମଧ୍ୟରେ ସାମୂହିକ ନିଷ୍ପତ୍ତି ଗ୍ରହଣ ପ୍ରଣାଳୀକୁ କଡ଼ାକଡ଼ି ଲାଗୁ କରିବାକୁ ଅନୁରୋଧ କରାଯାଇଥିଲା। ମୁଖ୍ୟ ନିର୍ବାଚନ କମିସନର କେଉଁ ଅଧିକାର ଅନୁଯାୟୀ ନିର୍ବାଚନ କମିସନରଙ୍କ ନାମରେ ଏହି ନିଷ୍ପତ୍ତି ନେଇଛନ୍ତି ବୋଲି ସ୍ପଷ୍ଟ କରିବା ପାଇଁ ଏକ ରିଟ୍ ଅଫ୍ କ୍ୱା ୱାରେଣ୍ଟୋ ଜାରି କରିବାକୁ ମଧ୍ୟ ଅନୁରୋଧ କରାଯାଇଥିଲା।
ଆବେଦନରେ ଯୁକ୍ତି ଦିଆଯାଇଛି ଯେ, ସମ୍ବିଧାନର ଧାରା ୩୨୪ ଅନୁଯାୟୀ, ନିର୍ବାଚନ ତଦାରଖ, ନିର୍ଦ୍ଦେଶନା ଏବଂ ନିୟନ୍ତ୍ରଣ କରିବାର କ୍ଷମତା କେବଳ ଜଣେ ମୁଖ୍ୟ ନିର୍ବାଚନ କମିସନରଙ୍କ ପାଖରେ ନ୍ୟସ୍ତ ନୁହେଁ, ବରଂ ନିର୍ବାଚନ କମିସନଙ୍କ ପାଖରେ ଅଛି।ତେବେ ସୁପ୍ରିମକୋର୍ଟ ସ୍ପଷ୍ଟ ଭାବରେ କହିଛନ୍ତି ଯେ, ଏହା ଖବର ରିପୋର୍ଟ ଉପରେ ଆଧାର କରି କୋର୍ଟ କୌଣସି ରାୟ ଦେଇପାରିବ ନାହିଁ।