ସହଭାଗିତାରେ ଜଙ୍ଗଲ ଓ ବନ୍ୟଜନ୍ତୁ ସୁରକ୍ଷା ପାଇଁ ଗଜସାଥିଙ୍କୁ ତାଲିମ ।

ଗଣିଆ,- ବନ ବିଭାଗର ଅଧିକାରୀଙ୍କ ସହ ସ୍ଥାନୀୟ ଜନ ସାଧାରଣଙ୍କ ସହଭାଗିତା ରହିଲେ ଜଙ୍ଗଲ ଓ ବନ୍ୟଜନ୍ତୁ ସୁରକ୍ଷା ହୋଇପାରିବ । ପରିବେଶର ସୁରକ୍ଷା ପାଇଁ ସରକାର ସ୍ଥାନୀୟ ଲୋକଙ୍କୁ ସଚେତନତା କରିବା ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଵିଶେଷକରି ଜଙ୍ଗଲରେ ବିଭିନ୍ନ ବନାଞ୍ଚଳରେ ଥିବା ଗଜସାଥୀ ମାନେ ହାତୀ ସୁରକ୍ଷା ସହ ଲାଗୁଥିବା ନିଆଁକୁ ରୋକିବା ସହ ବନ୍ୟଜନ୍ତୁ ଶୀକାର ରୋକିବା ପାଇଁ ଆଗେଇ ଆସିବା ଦରକାର ବୋଲି ଶୁକ୍ରବାର ସାତକୋଶିଆ ସ୍ୟାଣ୍ଡ ରିସର୍ଟ ପରିସରରେ ଆୟୋଜିତ ଗଜସାଥି ତାଲିମ ଶିବିରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନୟାଗଡ଼ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ଶ୍ରୀ ଶ୍ରୀରାମପଦ ଅରବିନ୍ଦ ମିଶ୍ର ଆହ୍ବାନ ଦେଇଛନ୍ତି। ଏହି ଶିବିରରେ ସହକାରୀ ବନସଂରକ୍ଷକ ଦେବୀ ପ୍ରସାଦ ରାଉତ ଯୋଗଦେଇ ଜୈବ ବିବିଧତା ସହ ମାନବ ସମାଜ ସନ୍ତୁଳନରେ ବନ ଓ ବନ୍ୟଜନ୍ତୁଙ୍କ ସୁରକ୍ଷା ନିତ୍ୟାନ୍ତ ଆବଶ୍ୟକ। ଫଳରେ ଭବିଷ୍ୟତ ପିଢ଼ି ପାଇଁ ପରିବେଶ ସନ୍ତୁଳନ ବଜାୟ ରହିପାରିବ ବୋଲି କହିଥିଲେ । ହାତୀ, ବାଘ , ସମ୍ବର, ହରିଣ , କଲାବାଘ ପରି ବନ୍ୟଜନ୍ତୁଙ୍କ ସହ ବିଭିନ୍ନ ପକ୍ଷୀଙ୍କ ସୁରକ୍ଷା ମାନବ ସମାଜ ପାଇଁ ନିତ୍ୟାନ୍ତ ଆବଶ୍ୟକ ବୋଲି ଛାମୁଣ୍ଡିଆ ବନାଂଚଳ ଅଧିକାରୀ ପ୍ରଦୀପ କୁମାର ଭୂତିଆ ଓ ବାଣୀଗୋଛା ବନାଂଚଳ ଅଧିକାରୀ ଯତୀନ୍ଦ୍ର ମାଝୀ ଶିବିରାର୍ଥି ମାନଙ୍କୁ ବୁଝାଇଥିଲେ ।ଏହି ଶିବିରରେ ଛାମୁଣ୍ଡିଆ, କୁଶଙ୍ଗ, ବାଣୀଗୋଛା ପୂର୍ବ ଓ ବାନୀଗୋଛା ପଶ୍ଚିମ ବନାଞ୍ଚଳର ପ୍ରାୟ ଶତାଧିକ ଗଜସାଥି ଯୋଗଦେଇଥିବା ବେଳେ ସମସ୍ତ ବନାଞ୍ଚଳର ବନପାଳ ଓ ବନରକ୍ଷୀ ଯୋଗଦେଇଥିଲେ ।

ନୟାଗଡ଼ରୁ ବିଶ୍ୱରଞ୍ଜନ ସେଠୀଙ୍କ ରିପୋର୍ଟ HRTV ODIA