ସାଧାରଣ ଜନତାଙ୍କୁ ବଡ଼ ଆଶ୍ୱସ୍ତି: କମିଲା କମର୍ସିଆଲ୍ ଗ୍ୟାସ୍ ଦର; ସିଲିଣ୍ଡର ପିଛା ୧୮୩.୫୦ ଟଙ୍କା ହ୍ରାସ

ଜୁଲାଇ ମାସ ଆରମ୍ଭରୁ ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି। ମାର୍କେଟିଂ କମ୍ପାନୀଗୁଡ଼ିକ ୧୯ କିଲୋଗ୍ରାମ ବାଣିଜ୍ୟ ଏଲପିଜି ସିଲିଣ୍ଡରର ମୂଲ୍ୟ ୧୮୩.୫୦ ହ୍ରାସ କରିଛନ୍ତି।ନୂଆ ଦର ଅନୁଯାୟୀ, ୧୯ କେଜି କମର୍ସିଆଲ୍ ସିଲିଣ୍ଡରର ମୂଲ୍ୟ ୨,୯୩୦ ଟଙ୍କା ହୋଇଛି । ଏହି ଦର ହ୍ରାସ ଫଳରେ ହୋଟେଲ, ରେଷ୍ଟୁରାଣ୍ଟ, ଢାବା, କ୍ୟାଟରିଂ ବ୍ୟବସାୟ ସହ କମର୍ସିଆଲ୍ ଗ୍ୟାସ୍ ଉପରେ ନିର୍ଭରଶୀଳ ବ୍ୟବସାୟୀମାନେ ଉପକୃତ ହେବେ ବୋଲି ଆଶା କରାଯାଉଛି ।ତେବେ ସାଧାରଣ ଗ୍ରାହକଙ୍କ ପାଇଁ ଏଥର କୌଣସି ଆଶ୍ୱସ୍ତି ନାହିଁ । ଘରୋଇ ୧୪.୨ କିଲୋଗ୍ରାମ ଏଲ୍‌ପିଜି ସିଲିଣ୍ଡରର ଦରରେ କୌଣସି ପରିବର୍ତ୍ତନ କରାଯାଇନାହିଁ।ଚଳିତ ବର୍ଷ ଫେବୃଆରୀ ୨୮ରେ ଆମେରିକା ଏବଂ ଇସ୍ରାଏଲ ଦ୍ୱାରା ଇରାନ ଉପରେ ଆକ୍ରମଣ ପରେ ଏକ ଗମ୍ଭୀର ବିଶ୍ୱ ଶକ୍ତି ସଙ୍କଟ ଆରମ୍ଭ ହୋଇଥିଲା। ଏହି ଆକ୍ରମଣ ପରେ, ଇରାନ ନିଜ ନିୟନ୍ତ୍ରଣରେ ଥିବା ହରମୁଜ ପ୍ରଣାଳୀ ଦେଇ ଅଶୋଧିତ ତୈଳ ଏବଂ ଗ୍ୟାସ ପରିବହନ କରୁଥିବା ଜାହାଜଗୁଡ଼ିକର ଚଳାଚଳକୁ ବନ୍ଦ କରିଦେଇଥିଲା। ଏହି ଯୋଗାଣ ବ୍ୟାଘାତ ଯୋଗୁ ସାରା ବିଶ୍ୱରେ ପେଟ୍ରୋଲ, ଡିଜେଲ ଏବଂ ଗ୍ୟାସ ମୂଲ୍ୟରେ ବ୍ୟାପକ ବୃଦ୍ଧି ଘଟିଛି।