ସାଲେଭଟା ରେ ସନ୍ଧିମୁଣ୍ଡାର ଭୀମ ଆର୍ମୀ, ମଦ ବିରୋଧ ନେଇ ସାଲେଭଟା ବାସୀଙ୍କୁ କଲେ ସହଯୋଗ

ଆଜି ମଦ ଭାଟି ପରିଚାଳକ ଓ କୁଚା ଭାଟି ମଦ ଦୋକାନୀଙ୍କ ମନମୁଖୀ କାର୍ଯ୍ଯ କଳାପକୁ ବିରୋଧ କରି ସିଧାସଳଖ ଭାବରେ ସ୍ଥାନୀୟ ସାଲେଭଟା ସ୍ଥିତ କୁଚା ମଦଦୋକାନୀଙ୍କ ଦୋକାନକୁ ଯାଇ ସ୍ଥାନୀୟ ସାଲେଭଟା ଗ୍ରାମବାସୀ ସମେତ ସନ୍ଧିମୁଣ୍ଡା ଭୀମଆର୍ମୀ ସଙ୍ଘ ମଦ ବିକ୍ରି ନକରିବାକୁ ତାଗିଦ କରିଛନ୍ତି l ବିଗତ ଦିନରେ ସନ୍ଧିମୁଣ୍ଡା ଭାଟିରେ ମଦ ବିରୋଧ ଆନ୍ଦୋଳନ ଓ ଏହାର ପ୍ରଭାବକୁ ଦୃଷ୍ଟି ଦେଇ ମଦ ବିରୋଧ କରି ଗାଁକୁ ଏକ ମଦମୁକ୍ତ ଗ୍ରାମ ରୂପେ ଗଢ଼ି ତୋଳିବାକୁ ସାଲେଭଟା ବାସୀ ସଂକଳ୍ପ ନେଇ ଅଗ୍ରସର ହୋଇଥିବା ବେଳେ ଭୀମ ଆର୍ମୀ ମୁଖ୍ୟ ବିଜୟ ନାଗଙ୍କ ନେତୃତ୍ୱରେ ସନ୍ଧିମୁଣ୍ଡାରୁ ବହୁ ଭୀମ ଆର୍ମୀର ସଦସ୍ୟ ଆଜି ସାଲେଭଟା କୁ ପ୍ରବେଶ କରିଥିବା ଦେଖିବାକୁ ମିଳିଥିଲା l ତେବେ ସାଧାରଣ ଜନତାଙ୍କ ଦାଵୀକୁ ଦୃଷ୍ଟିରେ ରଖି କୁଚା ମଦଭାଟି ପରିଚାଳକ ଗାଁରେ ପଡା ପଡା ମଧ୍ୟରେ ହେଉଥିବା ମଦ ବିକ୍ରୟ କରିବା ଉପରେ ରୋକ୍ ଲଗାଇ ମଦ ନ ବିକିବା ପାଇଁ ପ୍ରତିଶୃତି ଦେଇଥିବା ନେଇ ଆନ୍ଦୋଳନକାରୀ ମାନେ ପ୍ରକାଶ କରିଛନ୍ତି l ତେବେ ପ୍ରତିବାଦ କାରୀଙ୍କ କହିବାନୁସାରେ ଯଦି ମଦ ଭାଟି ପରିଚାଳକ ତଥା କୁଚା ମଦଭାଟି ପଡା ଦୋକାନୀ ଯଦି ମନ ଇଚ୍ଛା ମଦ ବିକ୍ରୟ ଉପରେ ରୋକ୍ ନ ଲଗାନ୍ତି ତେବେ ଏନେଇ ଆଗକୁ ଏକ ବିରାଟ ଧରଣର ଆନ୍ଦୋଳନ କରାଯିବ ବୋଲି ସୂଚନା ମିଳିଛି l ଆଜିର ଏହି ବନ୍ଦ ଡାକରାରେ ସନ୍ଧିମୁଣ୍ଡା ଭୀମ ଆର୍ମିର ସଦସ୍ୟ ଯଥା ବିଜୟ ନାଗ,ଅଜୟ ନାଗ,ଛବିଲାଲ ନାଗ,ଗୁପ୍ତେ ନାଗ,ବଳଭଦ୍ର ଡ଼ଙ୍ଗରି,ପ୍ରେମ ନାଗ,ନୀଳଧ୍ୱଜ ନାଗ,ନୀଳକଣ୍ଠ ମାଝୀ,ଭୋଦେବ ନାଗ,ସୁନୀଲ ନାଗ,ହେମନ୍ତ ଡଙ୍ଗରି
ପବନ ନାଗ ପ୍ରମୁଖ ଯୋଗ ଦେଇଥିଲେ lରିପୋର୍ଟ- ପୀତାମ୍ବର ସୋରୀ