ସ୍ମିତ ମଚ୍ଛାରଙ୍କୁ ହତ୍ୟା କରି ବିମାନକୁ ୯/୧୧ ଭଳି ଦୁର୍ଘଟଣା କରିଥାନ୍ତେ ଓମାନୀ ପାଇଲଟ। ରିପୋର୍ଟ୍

ଦୁବାଇ ବିମାନ ହାଇଜାକ ଉଦ୍ୟମ ଘଟଣାରେ ସାମ୍ନାକୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ । ୯/୧୧ ଆକ୍ରମଣ ଭଳି ବିମାନକୁ କ୍ରାସ୍‌ କରିବାକୁ ଯୋଜନା କରିଥିଲା ଫ୍ଲାଇଦୁବାଇର କୋ-ପାଇଲଟ୍‌ ଆଲ୍-ହାମ୍ମାମି ବୋଲି ରିପୋର୍ଟରୁ ଜଣାପଡ଼ିଛି ।ରିପୋର୍ଟ ଅନୁସାରେ, ହମାମ ପ୍ରଥମେ କ୍ୟାପ୍ଟେନ୍ ସ୍ମିତଙ୍କୁ ଗୁପ୍ତ ଭାବେ ହତ୍ୟା କରିବାକୁ ଚାହୁଁଥିଲେ । ପରେ ସ୍ୱାଭାବିକ ଭାବେ ବିମାନ ଚଳାଇ ତେଲ୍ ଆଭିଭ୍ ପର୍ଯ୍ୟନ୍ତ ନେବା ଓ ଲ୍ୟାଣ୍ଡିଂ ପାଇଁ ଅନୁମତି ନେବା ଯୋଜନା ଥିଲା । ଶେଷ ମୁହୂର୍ତ୍ତରେ ବିମାନକୁ ତେଲ୍ ଆଭିଭର କୌଣସି ଉଚ୍ଚ ଅଟ୍ଟାଳିକା କିମ୍ବା ବେନ୍ ଗୁରିଅନ୍ ବିମାନବନ୍ଦରରେ ଥିବା ଅନ୍ୟ ଏକ ବିମାନ ଉପରେ ଧକ୍କା କରାଇବା ଯୋଜନା ଥିବା ତଦନ୍ତରୁ ସାମ୍ନାକୁ ଆସିଥିବା କୁହାଯାଉଛି ।ତେବେ ଭାରତୀୟ ପାଇଲଟଙ୍କ ସାହସିକତା ଯୋଗୁଁ ଏହି ଯୋଜନା ବିଫଳ ହୋଇଥିବା ଜଣାପଡ଼ିଛି ।ଏହି ଘଟଣାକୁ ଇସ୍ରାଏଲ ଆତଙ୍କୀ ଆକ୍ରମଣ ବୋଲି କହିଛି । ଘଟଣାର ଯାଂଚ ଚାଲିଛି । ଏତେ କଡ଼ା ସୁରକ୍ଷା ପରେ ମଧ୍ୟ ଓମାନର ପାଇଲଟଙ୍କୁ କିଭଳି ଉଡ଼ାଣ ପାଇଁ ଅନୁମତି ମିଳିଥିଲା, ତାହାକୁ ନେଇ ଚର୍ଚ୍ଚା ଚାଲିଛି ।