୧୨ ରେ ଲଘୁଚାପ, ୧୫ ପରେ ବାତ୍ୟାର ରୂପ ସ୍ପଷ୍ଟ !
ମାଡିଆସୁଛି ବଡ ଲଘୁଚାପ। ୧୧ ତାରିଖ ବେଳକୁ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। କିନ୍ତୁ ଏହା କେଉଁ ଦିଗରେ ଗତି କରିବ ଏବଂ ଏହାର ପ୍ରଭାବ କଣ ରହିବ, ତାହା ସ୍ପଷ୍ଟ ହୋଇନି। ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ। ଯାହାକି ସମୁଦ୍ର ପତନ ଠାରୁ ଦେଢ଼ କିମି ଉଚ୍ଚ ଯାଏଁ ବ୍ୟାପିଛି । ଘୂର୍ଣ୍ଣିବଳୟଟି ଆହୁରି ଘନୀଭୂତ ହୋଇ ୧୨ ରୁ ୧୩ ତାରିଖ ବେଳକୁ ଲଘୁଚାପରେ ପରିଣତ ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ପରବର୍ତ୍ତୀ ସମୟରେ ଏହା ଅଧିକ ଘନୀଭୂତ ହୋଇ ଅବପାତର ରୂପ ନେବା ସମ୍ଭାବନା ରହିଛି। ସେପଟେ ୧୫ ତାରିଖ ପରେ ବାତ୍ୟାର ରୂପ ସ୍ପଷ୍ଟ ଜଣାପଡିବ।ଏହା ପ୍ରଭାବରେ ରାଜ୍ୟରେ ବର୍ଷା ପରିମାଣ ବଢ଼ିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଗାମୀ ୪ ଦିନ ଅର୍ଥାତ୍ ୧୨ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ହେବ।