୧୩ କେଜି ଗଂଜେଇ ଜବତ- ବାଇକି ସହିତ ଜଣେ ଥାନାରେ ଅଟକ
ଗଣିଆ, -ଓଡ଼ିଶାରୁ ବହୁ ପରିମାଣରେ ଗଂଜେଇ ଚୋରା ଚାଲାଣ ହେଉଛି । ଏ ନେଇ ଗଣିଆ ପୋଲିସ ଗଂଜେଇ ଚୋରା ଚାଲାଣ ଉପରେ ଚଢାଉ କରି ସଫଳତା ପାଇଥିବା ସୁଚନା ମିଳିଛି । ମିଳିଥିବା ସୁଚନା ଅନୁସାରେ ଗଣିଆ ଥାନା ଅଧିକାରୀ ଟଙ୍କଧର ଛତ୍ରିଆ ଓ ଏଏସଆଇ ସାହା ଆଲାମ ଖାଁ ଛାମୁଣ୍ଡିଆ ରାସ୍ତାରେ ପେଟ୍ରୋଲିଂ କରୁଥିବା ବେଳେ ଦଶିପୁର ତୋଟା ନିକଟରୁ ୧୩ କେଜି .୫୦୦ଗ୍ରାମ ଗଂଜେଇ ସହିତ ଜଣକୁ ଗିରଫ କରିଛନ୍ତି ।

ଗିରଫ ହୋଇଥିବା ବ୍ୟକ୍ତି ହେଲେ କଟକ ଜିଲା ନରସିଂହପୁର ଥାନା ଅର୍ନ୍ତଗତ ଲେମ୍ବୁଓ ଗ୍ରାମର ସୁଧାକର ସାହୁ(୬୦) । ସେ OD 02 K 5331 ନମ୍ବର ବିଶିଷ୍ଟ ବାଇକରେ ଗୋଟିଏ ବସ୍ତାରେ ଗଂଜେଇ ଧରି ଆସୁଥିବା ବେଳେ ଥାନା ଅଧିକାରୀ ତାକୁ ଅଟକାଇ ଗଂଜେଇ ସହିତ ବାଇକଟିକୁ ଜବତ କରି ଥାନାକୁ ଆଣିଥିଲେ । ସୁଧାକର ଗଂଜେଇ ଫୁଲବାଣୀରୁ ଆଣି ନରସିଂହପୁର ଯାଉଥିବା କହିଥିଲେ । ଘଟଣାସ୍ଥଳରେ ଅତିରିକ୍ତ ତହସିଲଦାର ରମେଶ ଚନ୍ଦ୍ର ଗୋଚ୍ଛି ଉପସ୍ଥିତ ଥିଲେ । ଆସନ୍ତା କାଲି ତାକୁ କୋର୍ଟ ଚାଲାଣ କରାଯିବ ବୋଲି ଥାନା ଅଧିକାରୀ ସୁଚନା ଦେଇଛନ୍ତି । ନୟାଗଡ଼ରୁ ବିଶ୍ୱରଂଜନ ସେଠିଙ୍କ ରିପୋର୍ଟ HRTV ODIA