୧୦ ଦଫା ଦାବି ନେଇ ଆନ୍ଦୋଳନରେ ଡାକ୍ତର, କଳାବ୍ୟାଜ ପିନ୍ଧି ଦେଖୁଛନ୍ତି ରୋଗୀ

ଆଜିଠୁ ଡାକ୍ତରଙ୍କ ଆନ୍ଦୋଳନ । ଜାତୀୟ ଡାକ୍ତର ଦିବସରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଡାକ୍ତର । ଅନିର୍ଦ୍ଦିଷ୍ଟକାଳ ପାଇଁ ରାଜ୍ୟରେ ରୋଗୀ ସେବା ବନ୍ଦ । କଟକ ଏସିବି ମେଡିକାଲ କଲେଜରେ କଳା ବ୍ୟାଜ ପିନ୍ଧି କାର୍ଯ୍ୟକୁ ଓହ୍ଲାଇଛନ୍ତି ଜୁନିୟର ଡାକ୍ତର ଓ RDA ଡାକ୍ତର ସଂଘ ।ଉଲ୍ଲେଖଯୋଗ୍ୟ ଯେ, ୧୦ ଦଫା ଦାବି ନେଇ ଓଡ଼ିଶା ମେଡିକାଲ ସେବା ସଂଘ (ଓମ୍‌ସା)ର ଆହ୍ବାନକ୍ରମେ ସରକାରୀ କ୍ଷେତ୍ରରେ କାର୍ଯ୍ୟରତ ଡାକ୍ତର କାର୍ଯ୍ୟବନ୍ଦ ଆନ୍ଦୋଳନ । ଅନିର୍ଦ୍ଦିଷ୍ଟକାଳ ପାଇଁ ରାଜ୍ୟରେ ରୋଗୀ ସେବା ଠପ୍ ହେବା ନେଇ ଆଶଙ୍କ ପ୍ରକାଶ ପାଇଛି । ଗତ ଦେଢ଼ବର୍ଷ ହେବ ରାଜ୍ୟ ସରକାର ଡାକ୍ତରଙ୍କ କୌଣସି ଦାବି ପୂରଣ ଦିଗରେ ପଦକ୍ଷେପ ନେଉ ନଥିବାରୁ ଓମ୍ସା ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ।