୧୪ ସର୍ତ୍ତରେ ଆମେରିକା ସହ ଚୁକ୍ତିନାମା ପାଇଁ ସହମତି ପ୍ରକାଶ କଲା ଇରାନ!
ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ ଆମେରିକା ପରେ ଇରାନ ମଧ୍ୟ ଶାନ୍ତି ଚୁକ୍ତିକୁ ନିଶ୍ଚିତ କରିଛି । ଇରାନର ଆଇନଗତ ଏବଂ ଆନ୍ତର୍ଜାତୀୟ ବ୍ୟାପାର ଉପ-ବୈଦେଶିକ ମନ୍ତ୍ରୀ କାଜେମ ଘାରିବାବାଦୀ ଆମେରିକା ସହିତ ଶାନ୍ତି ଚୁକ୍ତିକୁ ନିଶ୍ଚିତ କରିଛନ୍ତି । ଫଳରେ ହର୍ମୋଜ୍ ଷ୍ଟ୍ରେଟ୍ ରାସ୍ତା ଖୋଲିଛି । ପରସ୍ପର ନିଜର ନୌସେନାକୁ ଅପସାରଣ କରିଛନ୍ତି । ତେବେ ଆମେରିକା ଏବଂ ଇରାନ ମଧ୍ୟରେ୧୪ଟି ସର୍ତ୍ତ ଉପରେଚୁକ୍ତି ଆଧାରିତ ହୋଇଛି । ଅନ୍ତର୍ଜାତୀୟ ମିଡିଆ ରିପୋର୍ଟ ଅନୁସାରେ, ଏହି ଦାବିଗୁଡ଼ିକ ହେଲା ୩୦ ଦିନ ଭିତରେ ହର୍ମୁଜରୁ ଆମେରିକା ସମ୍ପୂର୍ଣ୍ଣ ଅବରୋଧ ହଟାଇବ। ଇରାନ୍ରେ ଫ୍ରିଜ ହୋଇଥିବା ୧୨ ବିଲିଅନ ଡଲାରକୁ ରିଲିଜ କରିବ। ଇରାନୀ ତୈଳ ଓ ପେଟ୍ରୋକେମିକାଲ୍ସ ଉପରୁ କଟକଣା ହଟାଇବ। ଇରାନରେ ପୁନଃନିର୍ମାଣ କାର୍ଯ୍ୟ ପାଇଁ ଆର୍ଥିକ ସହାୟତା ଦିଆଯିବ। ଏହି ଆର୍ଥିକ ସହାୟତା ଆମେରିକା ଓ ସହଯୋଗୀ ଦେଶ ଦେବେ। ଆମେରିକୀୟ ସୈନ୍ୟ ଇରାନ୍ର ପାଶର୍ବର୍ତ୍ତୀ ଅଞ୍ଚଳରୁ ତୁରନ୍ତ ହଟିବେ। ସମସ୍ତ ଫ୍ରଣ୍ଟରୁ ତୁରନ୍ତ ଓ ସ୍ଥାୟୀ ଭାବେ ଆକ୍ରମଣ ବନ୍ଦ ହେବ। ଆମେରିକା ଏହାର ସହଯୋଗୀ ଦେଶ ୩୦୦ ବିଲିଅନ ଡଲାର ସହାୟତା ଦେବେ। ପରମାଣୁ ଅସ୍ତ୍ର ବିକଶିତ କାର୍ଯ୍ୟକ୍ରମ ବନ୍ଦ କରିବ ଇରାନ। ତେବେ ହର୍ମୁଜ ପ୍ରଣାଳୀ ଉପରୁ ପ୍ରତିବନ୍ଧକ ହଟିବା ଓ ଜାହାଜ ଚଳାଚଳ ସ୍ଵାଭାବିକ ହେବା ଖବର ଆସିବା ପରେ ଅଶୋଧିତ ତେଲ ଦର ଗତ କିଛି ମାସର ସବୁଠାରୁ ସର୍ବନିମ୍ନ ସ୍ତରକୁ ଚାଲିଆସିଛି। ବ୍ରେଣ୍ଟ କ୍ରୁଡ୍ ବ୍ୟାରେଲ ପିଛା ପ୍ରାୟ ୭ ହଜାର ୯୬୦ ରୁ ୭ ହଜାର ୯୯୦ଟଙ୍କା ମଧ୍ୟରେ କାରବାର କରୁଛି। ଗୋଟିଏ ଦିନରେ ପ୍ରାୟ ୩.୫% ରୁ ୪% ର ହ୍ରାସ ପାଇଛି । ସେହିପରି WTI Crude ପ୍ରାୟ ୭ ହଜାର ୬୭୩ ଟଙ୍କା କୁ ଖସି ଆସିଛି । ଦିନକରେ ୪.୭ ପ୍ରତିଶତ ହ୍ରାସ ପାଇଛି।